ଜହ୍ନି ତୋଳିବାକୁ ଯିବା କାଳ ହେଲା: ମହିଳାଙ୍କୁ ଦଳିଦେଲା ଦନ୍ତା

Advertisment
ଜହ୍ନି ତୋଳିବାକୁ ଯିବା କାଳ ହେଲା: ମହିଳାଙ୍କୁ ଦଳିଦେଲା ଦନ୍ତା

ତିଗିରିଆ: ଜହ୍ନି ତୋଳିଯିବା କାଳ ହେଲା ମହିଳାଙ୍କୁ। ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଅଚଳକୋଟ ଗ୍ରାମର ନିଆଶା ରାଉତ ବିଲରୁ ଜହ୍ନି ତୋଳିବାକୁ ଯାଉଥିବା ବେଳେ ବାଟରେ ତାଙ୍କୁ ଦନ୍ତା ଦଳିଦେଇଛି। ଏହାଫଳରେ ଘଟଣାସ୍ଥଳରେ ହିଁ  ମହିଳାଙ୍କ ପ୍ରାଣହାନି ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ ରେଞ୍ଜ ତିଗିରିଆ ଥାନା ଅଚଳକୋଟ ଗ୍ରାମରେ।

ମୃତକ ହେଲେ ସେହି ଗାଁର ନିଆଶା ରାଉତ। ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ନ ପହଞ୍ଚିବାରୁ ଗାଁରେ ଊତ୍ତେଜନା ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe