କଟକ: ବଡମ୍ବା ରେଞ୍ଜ ଅନ୍ତର୍ଗତ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଜାନୀପଦର ସେକ୍ସନରେ ବନବିଭାଗ ଏକ ଗଳିତ ହାତୀ କଙ୍କାଳ ମାଟି ତଳୁ ଉଦ୍ଧାର କରିଛି। ଗତ କିଛିଦିନ ତଳେ ଏସଟିଏଫ ଚଢ଼ଉ ସମୟରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସୂଚନାକୁ ଆଧାର କରି ଏସଟିଏଫ ପକ୍ଷରୁ ପୁଣି ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ ବନବିଭାଗ ନମୁନା ସଂଗ୍ରହ କରି ଓୟୁଏଟିକୁ ପଠାଇଛି। ହାତୀର ବୟସ ଆନୁମାନିକ ୨୦ ବର୍ଷ ବୋଲି ସୂଚନା ରହିଥିବା ବେଳେ ଏହି ହାତୀର ମୃତ୍ୟୁ ୩ ବର୍ଷ ତଳୁ ହୋଇଛି ବୋଲି କୁହାଯାଉଛି। ହାତୀଟିର ମୃତ୍ୟୁକୁ ନେଇ କୌଣସି ରେକର୍ଡ ରହିନାହିଁ। ତେବେ କୌଣସି ସୂଚନା ନଦିଆଯାଇ ହାତୀକୁ କିପରି ପୋତା ଯାଇଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଗତକାଲି ନରସିଂହପୁର ଅଞ୍ଚଳରେ ମଧ୍ୟ ଏକ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଥିଲା।
ଏସଟିଏଫ ଚଢ଼ାଉ ବେଳେ ବଡମ୍ବା ରେଞ୍ଜର ମାଟି ତଳୁ ଉଦ୍ଧାର ହେଲା ହାତୀ କଙ୍କାଳ
Advertisment
Follow Us