ସିଟି ହସ୍ପିଟାଲ ଭିତରେ ଭଜନକୀର୍ତ୍ତନ

Advertisment
ସିଟି ହସ୍ପିଟାଲ ଭିତରେ ଭଜନକୀର୍ତ୍ତନ

Sambad

କଟକ: ସିଟି ହସ୍ପିଟାଲ ଚକ୍ଷୁ ବିଭାଗରେ ସୋମବାର ସନ୍ଧ୍ୟାରେ ମୋତିଆବିନ୍ଦୁ ଅପରେସନ କରିବାକୁ ଆସିଥିବା ୮ ଜଣ ବୃଦ୍ଧବୃଦ୍ଧା ତବଲା ବଜାଇବା ସହିତ ଜଗନ୍ନାଥଙ୍କ ଭଜନ ଗାଉଥିବା ଭିଡିଓ ଭାଇରାଲ୍ ହୋଇଛି। ସୂଚନା ଅନୁଯାୟୀ, ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶାର ଶ୍ରୀ ମନ୍ଦିର ସେବା ଆଶ୍ରମର ଦୁଇ ଅନ୍ତେବାସୀ ଛୋଟୁ ରାମ ଓ ବାଦଲ ପଢ଼ିଆରୀ ସୋମବାର ମୋତିଆବିନ୍ଦୁ ଅପରେସନ ପାଇଁ ଆସିଥିଲେ। ପୂର୍ବରୁ କିଛି ବୃଦ୍ଧବୃଦ୍ଧା ସେଠାରେ ଥିଲେ। ଏମାନେ ସମସ୍ତେ ହସ୍ପିଟାଲ ବେଡରେ ଥିବାବେଳେ ହସ୍ପିଟାଲର ଜଣେ କର୍ମଚାରୀ ତବଲା ଧରି ସେଠାରେ ପହଞ୍ଚି ଯାଇଥିଲେ।

ସମସ୍ତ ବୟସ୍କ ଲୋକଙ୍କୁ ଏକାଠି କରି ଥକ୍କା ମନ ଚାଲ ଯିବା... ଚକାନୟନ ଦେଖିବା... ଭଜନ ଗାଉଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡ଼ିଓ ଭାଇରାଲ ଦେଖିବାକୁ ମିଳିଛି। ଅବସାଦ ଦୂରେଇବାକୁ ହସ୍ପିଟାଲରେ ଏଭଳି ନିଆରା କାର୍ଯ୍ୟକ୍ରମ କରାଯାଇଥିବା ରୋଗୀ ସମ୍ପର୍କୀୟ ମାନେ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe