ପୂର୍ବତନ ବିଡିଓ, ଜେଇ ଓ ଠିକାଦାରଙ୍କୁ ଜେଲ୍‌ ଦଣ୍ଡାଦେଶ

Advertisment

ଯାଜପୁର ସାଂସଦ ପାଣ୍ଠି ଅର୍ଥ ଆତ୍ମସାତ ମାମଲା

ଯାଜପୁର ସାଂସଦ ପାଣ୍ଠି ଅର୍ଥ ଆତ୍ମସାତ ମାମଲା

ପୂର୍ବତନ ବିଡିଓ, ଜେଇ ଓ ଠିକାଦାରଙ୍କୁ ଜେଲ୍‌ ଦଣ୍ଡାଦେଶ

କଟକ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ସାଂସଦ ପାଣ୍ଠି ଅର୍ଥ ଆତ୍ମସାତ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ପ୍ରଦୀପ କୁମାର ମହାନ୍ତ ତତ୍କାଳୀନ ବିଡିଓ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତତ୍କାଳୀନ ବିଡିଓ ଜଗନ୍ନାଥ ନାୟକ ଓ କନିଷ୍ଠ ଯନ୍ତ୍ରୀ ସଂଜୀବ ଚୌଧୁରୀଙ୍କୁ ୨ବର୍ଷ ଲେଖାଁଏ ଜେଲ ସହ ୫ହଜାର ଟଙ୍କା ଲେଖାଁଏ ଜରିମନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଜରିମନା ନ ଦେଲେ ୪ ମାସ ଅଧିକ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଠିକାଦାର ଅକ୍ଷୟ ରାଉତରାୟଙ୍କୁ ୧ବର୍ଷ ଜେଲ ସହ ୫ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଜରିମାନା ନ ଦେଲେ ତାଙ୍କୁ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ବିକ୍ରମ କେଶରୀ ସିଂହ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଦଶରଥପୁର ବ୍ଲକରେ ଏକ ସାଂସ୍କୃତିକ କେନ୍ଦ୍ର ଗୃହ ନିର୍ମାଣ ପାଇଁ ସାଂସଦ ପାଣ୍ଠିରୁ ୨୦ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହି କାମକୁ ଠିକାଦାର ଅକ୍ଷୟ ନେଇଥିଲେ। କିଛି କାମ ହୋଇ ନଥିବା ବେଳେ କନିଷ୍ଠ ଯନ୍ତ୍ରୀ ନିର୍ମାଣ କାର୍ଯ୍ୟ ହୋଇଥିବା ଦର୍ଶାଇ ବିଡିଓଙ୍କୁ ରିପୋର୍ଟ ଦେଇଥିଲେ। ଏହା ପରେ ୧୯୯୭ ମସିହାରେ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟ ସଂପାଦନ ବାବଦରେ ୧୦ ହଜାର ୯୯୭ ଟଙ୍କା ଟଙ୍କା ଉଠାଯାଇଥିଲା। ତତ୍କାଳୀନ ବିଡିଓ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଏହି ଅର୍ଥ ଆତ୍ମସାତ କରିବା ନେଇ ଅଭିଯୋଗ ହେବା ପରେ ୧୯୯୭, ଫେବ୍ରୁଆରି ୨୫ରେ ଭିଜିଲାନ୍ସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe