କଟକ: ରାଗରେ ଶ୍ୱଶୁର କାଟିଲା ବୋହୂର ନାକ। ଗୁରୁଡିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ବୋହୂଙ୍କୁ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ। ଅଭିଯୁକ୍ତ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।
ସୂଚନା ମୁତାବକ, ଛୋଟ ପିଲାଙ୍କ ଖେଳକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି। ବୃଦ୍ଧ ଜଣକ ହେଉଛନ୍ତି ଅମର ନାୟକ। ତାଙ୍କ ନାତୁଣୀ ଅର୍ଥାତ ବୋହୂ ମୀନା ନାୟକଙ୍କ ଝିଅ ଏକ ଧାରୁଆ ଛୁରି ଧରି ଖେଳୁଥିଲା। ଏହାକୁ ବାରଣ କରିଥିଲେ ଜେଜେବାପା ଅମର ନାୟକ ହେଲେ ନାତୁଣୀ ମାନିନଥିଲା। ଫଳରେ ତା’କୁ ଚାପୁଡାଟିଏ ପକାଇଥିଲେ। ଏହାକୁ କେନ୍ଦ୍ର କରି ଶ୍ୱଶୁର ସହ ଯୁକ୍ତି କରିଥିଲେ ବୋହୂ। ଏହି ଯୁକ୍ତି ମାଡ଼ଗୋଳ ଯାଏ ଯାଇଥିଲା। ଏଥିରୁ ନିଜକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର ସେହି ଧାରୁଆ ଛୁରୀରେ ବୋହୂର ନାକ କାଟିଦେଇଥିଲେ।
Follow Us