ଏସ୍‌ସିବିରେ ଖୋଲିଲା ଫିଭର୍‌ କ୍ଲିନିକ୍

Advertisment
ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

Sambad

କଟକ: ଏସ୍‌ସିବି ମେଡିକାଲ୍‌ରେ ଆଜିଠାରୁ ଖୋଲିଛି ଫିଭର୍‌ କ୍ଲିନିକ୍। ପୂର୍ବରୁ ଫିଭର୍‌ କ୍ଲିନିକ ଥିଲା, ହେଲେ ସଂକ୍ରମଣ  ହ୍ରାସ ପାଇବା ପରେ ମେଡ଼ିକାଲ କର୍ତ୍ତୃପକ୍ଷ କ୍ଲିନିକ୍‌କୁ ବନ୍ଦ କରି ଦେଇଥିଲେ। ସମ୍ପ୍ରତି ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ କ୍ଲିନିକକୁ ଏସ୍‌ସିବି କର୍ତ୍ତୃପକ୍ଷ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି। ଏଠାରେ ପ୍ରଥମ ଦିନ ୭୦ ନମୁନା ପରୀକ୍ଷା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନମୁନା ପରୀକ୍ଷା ବଢ଼ାଯିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଥିବା ବେଳେ ଷ୍ଟାଫ୍‌ ସଂଖ୍ୟା ବୃଦ୍ଧି କରିବାକୁ ଚିଠି ଜାରି ହୋଇଛି।

୨ଜଣ ରିସର୍ଚ ଆସିଷ୍ଟାଣ୍ଟ, ୮ଜଣ ଲାବ୍‌ ଟେକ୍ନିସିଆନ୍‌, ୪ଜଣ ଡାଟା ଏଣ୍ଟ୍ରି ଅପରେଟର୍‌ ଓ ୨ଜଣ ଆଟେଣ୍ଡାଣ୍ଟ ଅଧିକ ନିଯୁକ୍ତି ପାଇଁ ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ରହିଛି।

କଟକରୁ ୯୪ ସଂକ୍ରମିତ: କଟକରୁ ଗଲା ୨୪ ଘଣ୍ଟାରେ ୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି ସୁଦ୍ଧା ସକ୍ରିୟ ସଂକ୍ରମିତ ସଂଖ୍ୟା ୪୪୦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe