ବାଲିଯାତ୍ରାରେ ପୁଲିସ ପକ୍ଷରୁ ଅନସ୍ପଟ ଏତଲା ବ୍ୟବସ୍ଥା, ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ

Advertisment
ବାଲିଯାତ୍ରାରେ ପୁଲିସ ପକ୍ଷରୁ ଅନସ୍ପଟ ଏତଲା ବ୍ୟବସ୍ଥା, ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ

Sambad

କଟକ: ରାତି ପାହିଲେ ବାଲିଯାତ୍ରା। ଚଳଚଞ୍ଚଳ ହୋଇ ଉଠିଛି ବାଲିଯାତ୍ରା ପଡିଆ। ଚଳିତବର୍ଷ ଷ୍ଟଲ ବୁଲି କିଣା ବିକା କରିବା ସହ ବହୁ ମନୋରଞ୍ଜନ କାର୍ଯ୍ୟକ୍ରମ କରିଛି ନେଇ ବ୍ୟାପକ ବ୍ୟବସ୍ଥା ଜିଲ୍ଲାପ୍ରଶାସନ ପକ୍ଷରୁ କରାଯାଇଛି। ଅନ୍ୟପଟେ ବାଲିଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୁଲିସ। ବାଲିଯାତ୍ରାରେ ସୁରକ୍ଷା ପାଇ ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସ। ତେବେ ଚଳିତବର୍ଷ ବାଲିଯାତ୍ରାରେ ନୂଆ କରି ବାଲିଯାତ୍ରା ମହାନଦୀରେ ଲେଜର ଲାଇଟ ‌ସୋ ବା ଲାଇଟ ଆଣ୍ଡ ସାଉଣ୍ଡ, ‘କଟକ ଇନ କଟକ’ ପାଭେଲିୟନ ପରିକଳ୍ପନା କରାଯାଇଛି। ସବୁଜ ବଳୟ ଭିତରେ ବସି ବିଭିନ୍ନ ରଙ୍ଗୀନ ଆଲୋକ ଓ ଭାଇଚାରର ପ୍ରତୀକ ମନ୍ଦିର ମସଜିଦ ଗୁରୁଦ୍ଵାର ସବୁ ଦେଖିବାକୁ ମିଳିବ ଏଥିସହ ବାଲୁକା କଳା ଓ ସହରର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ତଥା ଚଣ୍ଡୀ ମନ୍ଦିର, ରେଳଷ୍ଟେସନ, ହାଇକୋର୍ଟ ଭଳି ସ୍ଥାନ ଆକୃତିର ଗେଟ ଦେଖିବାକୁ ମିଳିବ ବୋଲି କହିଛନ୍ତି ଡ଼ିଆରଡ଼ିଏ ଅମ୍ବର କର।ସେପଟେ ଚଳିତବର୍ଷ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିବେ।

publive-image Sambad

ଭିଡ ନିୟନ୍ତ୍ରଣ କରିବା ନେଇ ଟ୍ରାଫିକ ବ୍ୟବସ୍ଥା ଓ ଉଭୟ ପଡିଆରେ ଜନସାଧାରଣ କିଭଳି ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିବେ ତାହା ଉପରେ ପୁଲିସର କଡା ନଜର ରହିବ। ଏଥିସହ ଚଳିତବର୍ଷ ନୂତନ କରି ଚାରୋଟି ପୁଲିସ ସପୋର୍ଟ ପୋଷ୍ଟ ଖୋଲାଯିବ ଯେଉଁଥିରେ ଜନ ସାଧାରଣଙ୍କ ସମସ୍ୟା ହେଲେ ଥାନାକୁ ନ ଯାଇ ଅନସ୍ପଟ ଏକ ଫର୍ମ ଯୋଗେ ଏତଲା ଦେଇ ପାରିବ। ଏଥିସହ ଭିଡ ନିୟନ୍ତ୍ରଣ ପାଇଁ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ତା’ସହ ୨୦ଟି ଏଡ୍‌ପୋଷ୍ଟ ସହ ସମ୍ପୂର୍ଣ୍ଣ ଉଭୟ ତଳ ଓ ଉପର ପଡିଆକୁ ସିସିଟିଭି କ୍ୟାମେରା ବଳୟରେ ରଖାଯିବ ବୋଲି କହିଛନ୍ତି ଡିସିପି ପୀନାକ ମିଶ୍ର। ଆସନ୍ତାକାଲି ଅପରାହ୍ନରେ ଐତିହାସିକ ବାଲିଯାତ୍ରାର ବିଧିବଧ ଭାବେ ଉଦଘାଟନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe