ଜାଗୃତି ଶୁକ୍ଳାଙ୍କ ଫେସ୍‌ବୁକ୍‌ ପୋଷ୍ଟ ବିରୋଧରେ ଥାନାରେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

Advertisment
ଜାଗୃତି ଶୁକ୍ଳାଙ୍କ ଫେସ୍‌ବୁକ୍‌ ପୋଷ୍ଟ ବିରୋଧରେ ଥାନାରେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ମହିଳା ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ ଫେସବୁକ ପୋଷ୍ଟକୁ ନେଇ ଥାନାରେ ଏତଲା ଦେଇଛନ୍ତି ସାଂସଦ ତଥା ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ବର୍ଷା ଥାନାରେ ଜାଗୃତୀଙ୍କ ବିରୋଧରେ ଫେରାଦ ହେବା ପରେ ମାମଲା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଜାତୀୟ ସ୍ତରର ଜଣେ ମହିଳା ସାମ୍ବାଦିକା ଜାଗୃତି ଶୁକ୍ଳା ଗଲା ଦୁଇ ଦିନ ତଳେ ବର୍ଷାଙ୍କ ନାଁ ନନେଇ ଜଣେ ସାଂସଦଙ୍କ ପତ୍ନୀ ଦୁଇଟି ଭିନ୍ନ ଭିନ୍ନ ନାଁରେ ବିବାହ ପ୍ରମାଣପତ୍ର, ଦଶମ ଶ୍ରେଣୀ ସାର୍ଟିଫିକେଟ, ପାସପୋର୍ଟ, ପାନ୍ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ରରେ ବ୍ୟବହାର କରିଥିବା ସଂକ୍ରାନ୍ତ ଏକ ପୋଷ୍ଟ ଫେସବୁକରେ କରିଥିଲେ। ତେଣୁ ଏସବୁ ଠକେଇ କି ନୁହେଁ ଜାଗୃତି ଫେସବୁକରେ ପ୍ରଶ୍ନ କରିଥିଲେ। ଏଭଳି ପୋଷ୍ଟ ସୋସିଆଲ୍ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ୍ ହେବାକୁ ଲାଗିଛି। ବୁଧବାର ବର୍ଷା ଏ ସଂକ୍ରାନ୍ତରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି। ପୁରୀଘାଟ ଥାନା ଆଇଆଇସି ଜତିନ୍ଦ୍ର ନାଥ ସେଠୀଙ୍କ କହିବା ଅନୁଯାୟୀ, ବର୍ଷା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଜାଗୃତି ତାଙ୍କ ସ୍ବାମୀଙ୍କୁ ମାଧ୍ୟମ କରି ସୋସିଆଲ ମିଡିଆରେ ତାଙ୍କ ସମ୍ମାନହାନୀ କଲା ଭଳି ପୋଷ୍ଟ କରିଛନ୍ତି। ବର୍ଷାଙ୍କ ଅଭିଯୋଗକୁ ପୁଲିସ ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ଏ ସଂକ୍ରାନ୍ତରେ ରୁଜୁ ହୋଇନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ, ବର୍ଷ ବିଭିନ୍ନ ପ୍ରମାଣପତ୍ରରେ ଭିନ୍ନ ଭିନ୍ନ ନାଁ ବ୍ୟବହାର କରିଛନ୍ତି। ତେଣୁ ସ୍ପାଉସ୍ ସାର୍ଟିଫିକେଟକୁ ବାତିଲ କରିବାକୁ ଅନୁଭବ ସଂସଦକୁ ନିକଟରେ ଚିଠି ଲେଖିଥିଲେ। ପରବର୍ତ୍ତୀ ସମୟରେ ବର୍ଷାଙ୍କ ପତ୍ନୀ ପରିଚୟପତ୍ର ବାତିଲ ହୋଇଥିଲା ଏବଂ ଏହାକୁ ଫେରାଇବାକୁ ବର୍ଷାଙ୍କୁ ସଂସଦ ପକ୍ଷରୁ ଚିଠି କରାଯାଇଥିଲା। ଏହି ଚିଠିକୁ ଚ୍ୟାଲେଞ୍ଜ କରି ବର୍ଷା ହାଇକୋର୍ଟର ଦ୍ବାରସ୍ଥ କରିଥିଲେ। ହାଇକୋର୍ଟ ଚିଠି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe