ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ

Advertisment
ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ

କଟକ: କଟକ ସବ ରେଜିଷ୍ଟ୍ରର ଅଫିସରେ ନିଆଁ ଲାଗିଥିବାର ଖବର ମିଳିଛି। ଏହି ଘଟଣାରେ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ୩ଟି ଦମକଳ ବାହିନୀ ପହଞ୍ଚିଛନ୍ତି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହାର କାରଣ ଅସ୍ପଷ୍ଟ ରହିଛି। ତିନି ଦମକଳ ବାହିନୀ ନିଆଁ ଲିଭାଇବାରେ ନିୟୋଜିତ ରହିଛନ୍ତି। ନିଆଁ ଏବେ ଆୟତ୍ତକୁ ଆସିଥିବା କୁହାଯାଉଛି।

ତେବେ ସଂପୂର୍ଣ୍ଣ ନିଆଁ ଲିଭାଇବାକୁ ଆହୁରି ଘଣ୍ଟାଏ ସମୟ ଲାଗିବ ବୋଲି ଅଗ୍ନଶମ ବିଭାଗର କର୍ମଚାରୀ କହିଛନ୍ତି। କୌଣସି ତରଳ ପଦାର୍ଥ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସେ କହିଛନ୍ତି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଉଭୟଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଏଥିରେ କଣ ସବୁ ପୋଡ଼ିଯାଇଛି ଓ କେତେ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି, ତାହା ଆଉ କିଛି ସମୟ ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe