କଟକ: ମାହାଙ୍ଗାରେ ଚଳନ୍ତା କାରରେ ଅଗ୍ନିକାଣ୍ଡ, ଜଳିଗଲା ପୂରା ଗାଡ଼ି

Advertisment
କଟକ: ମାହାଙ୍ଗାରେ ଚଳନ୍ତା କାରରେ ଅଗ୍ନିକାଣ୍ଡ, ଜଳିଗଲା ପୂରା ଗାଡ଼ି

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ମଧୁପୁରଠାରେ ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଥିବା ସୂଚନା ରହିିଛି। ଗାଡ଼ିଟି ଦୋବନ୍ଧିଆରୁ ଜୟପୁର ଯାଉଥିବା ବେଳେ ମଧୁପୁରଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଗାଡ଼ିରେ ନିଆଁ ଲାଗିବା ପରେ ଗାଡ଼ିର ଡ୍ରାଇଭର୍‌ ଗାଡିରୁ ବାହାରି ପଡ଼ିଥିଲେ। ଧୀରେ ଧୀରେ ଗାଡ଼ିଟି ବେଶି ବେଶି ଜଳିବାକୁ ଲାଗିଥିଲା। ଡ୍ରାଇଭର୍‌ ଗାଡ଼ିରେ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ମଧ୍ୟ ସେଥିରେ ବିଫଳ ହୋଇଥିଲେ। ତେବେ, ଅଗ୍ନିକାଣ୍ଡ ‌କିପରି ଘଟିଛି ସେ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe