କଟକ: କଟକର ବଡ଼ ମେଡିକାଲ ପରିସରରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ ସମ୍ମୁଖରେ ଥିବା ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫରମରରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ରାନ୍ସଫରମରଟି ହଠାତ୍ ହୁ ହୁ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକେ ଆତଙ୍କିତ ହୋଇଯାଇଥିଲେ। ପରେ ଖବର ପାଇ ମେଡିକାଲର ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଦୁର୍ବଳତା ଯୋଗୁଁ ଏହା ଘଟୁଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି।
Follow Us