ତାଳଦଣ୍ଡାରେ ପାଣି ପାଇଁ କାମ ବନ୍ଦ; ଅଟକିଲା ୧୦ କୋଟିର ୫ଟି ପୋଲ କାମ

Advertisment
ତାଳଦଣ୍ଡାରେ ପାଣି ପାଇଁ କାମ ବନ୍ଦ; ଅଟକିଲା ୧୦ କୋଟିର ୫ଟି ପୋଲ କାମ

Sambad

କଟକ: ତାଳଦଣ୍ଡା କେନାଲରେ ପାଣି ଆସି ଯାଇଥିବାରୁ ପାଖାପାଖି ୧୦ କୋଟି ଟଙ୍କାର କାମ ଏବେ ବନ୍ଦ ରହିଛି। ପାଣି କମିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ବନ୍ଦ ରହିବ ବୋଲି କୁହାଯାଉଛି। ତେବେ, ଯେଉଁ କାମ ଉପରକୁ ଉଠିଛି, ଯଦି ନିର୍ମାଣକାରୀ ସଂସ୍ଥା ଚାହିଁବେ ତେବେ ସେ କାମ କରିପାରିବେ। କିନ୍ତୁ କେନାଲରେ ପାଣି ଆସିଯିବା ଫଳରେ ୫ଟି ପୋଲ କାମ ଏବେ ବନ୍ଦ ରହିବ। ଅନ୍ୟପଟେ ଯୋବ୍ରାଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲରେ ଚାଲିଥିବା ‘ଜିଓସିନ୍ଥେଟିକ୍‌ କଂକ୍ରିଟ ମେଟ୍ରେସ୍‌ ଲାଇନିଂ’ କାମ ସରିଛି। କିନ୍ତୁ ତାଳଦଣ୍ଡା କେନାଲାର ଅନ୍ୟ ସ୍ଥାନରେ ଜିଓ ସିନ୍ଥେଟିକ୍‌ କାର୍ଯ୍ୟ ପାଇଁ ଅନୁଦାନ ନଥିବା ଜଣାପଡିଛି। ତାଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ ପାଇଁ ରାଣୀହାଟରୁ ମାତୃଭବନ, ମାତୃଭବନରୁ ନୂଆବଜାର ପର୍ଯ୍ୟନ୍ତ କାମର ‌ଟେଣ୍ଡର ହୋଇଛି। ଏହି ରାସ୍ତା ଭିତରେ ୫ଟି ପୋଲ ତିଆରି ହେଉଛି।

ବିଭିନ୍ନ ପୋଲର ନିର୍ମାଣ ପାଇଁ ପାଖାପାଖି ଅଢେଇ କୋଟି ଟଙ୍କା ବ୍ୟୟ ହେବ। ଯୋବ୍ରା, ରାଣୀହାଟ ପାଖରେ ହିନ୍ଦ୍‌ ସିନେମା ପଛପଟେ, ପ୍ରଫେସରପଡ଼ା ପାଖରେ, ଛତ୍ରବଜାର ପରୁଣା ପୋଲ ନିକଟରେ ଓ ମାଲଗୋଦାମ ପାଖରେ ଏହି ସବୁ ପୋଲ ତିଆରି ହ‌େଉଛି। ଅଧିକାଂଶ ସ୍ଥାନରେ ପୋଲ କାମ ଆରମ୍ଭ ହୋଇ ସାରିଥିବା ବେଳେ ଏବେ ବର୍ଷା ପାଇଁ କାମ ବନ୍ଦ ରଖାଯାଇଛି। ପାଣି କମିଗଲେ ରାସ୍ତା ଓ ପୋଲ କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହି ରାସ୍ତା ପାଇଁ ଆଉ ୪ଟି ପୋଲ ଯୋଜନା ଥିବା ବେଳେ ସେଗୁଡ଼ିକ ପାଇଁ ଟେଣ୍ଡର ପ୍ରକ୍ରିୟା ସରି ନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe