ତିଗିରିଆ ବ୍ଲକରେ ଚିନ୍ତାଜନକ ବନ୍ୟା ପରିସ୍ଥିତି

Advertisment
ତିଗିରିଆ ବ୍ଲକରେ ଚିନ୍ତାଜନକ ବନ୍ୟା ପରିସ୍ଥିତି

ତିଗିରିଆ: କଟକ ଜିଲ୍ଲାର ତିଗିରିଆ ବ୍ଲକରେ ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ହୋଇଥିବା ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାର ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଯୋଗୁଁ ବର୍ତ୍ତମାନ ତିଗିରିଆ ବ୍ଲକରେ ବନ୍ୟା ପରିସ୍ଥିତି ଭୟାବହ ହୋଇଛି। ବର୍ତ୍ତମାନ ବ୍ଲକର ପୁରୁଣା ତିଗିରିଆ ପଞ୍ଚାୟତ ସ୍ଥିତ ଚଷାଆଁରା ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ବ୍ଲକର ବଡନାଉପୁଟ ପଞ୍ଚାୟତର ବଉଳାଙ୍ଗ ଗ୍ରାମର ନଦୀବନ୍ଧର ଦୁଇଟି ସ୍ଥାନରେ ଘଳିଆ ସୃଷ୍ଟି ହୋଇ ଘାଇର ଆଶଙ୍କା ଦେଖାଦେଇଛି। ସେଠାରେ ପ୍ରଶାସନ ପକ୍ଷରୁ ବାଲି ବସ୍ତା ରଖାଯିବା ସହ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ସେହିପରି ବ୍ଲକର ସୋମପଡା ପଞ୍ଚାୟତ ଓ ବଡନାଉପୁଟ ପଞ୍ଚାୟତର ଖଣ୍ଡହତା ଗ୍ରାମ ମଧ୍ୟରେ ଥିବା ସଂଯୋଗୀକରଣ ରାସ୍ତା ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଏହି ରାସ୍ତାର ମଝିରେ ଥିବା ମା ବଡ଼ବନ୍ଧିଆଣୀଙ୍କ ମନ୍ଦିର ଭିତରେ ବନ୍ୟାଜଳ ପ୍ରବେଶ କରିଛି। ବନ୍ୟା ପ୍ରଭାବିତ ଉକ୍ତ ସ୍ଥାନରେ କେତେକ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ସେମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ବନ୍ୟା କାରଣରୁ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe