ଜେଲ ଭିତରୁ ଗ୍ୟାଙ୍ଗଷ୍ଟରର ନିର୍ଦ୍ଦେଶରେ ଛେପ ପକାଇ ଯୁବକଙ୍କ ନାକ ଘସାଇଲେ !

Advertisment
ଜେଲ ଭିତରୁ ଗ୍ୟାଙ୍ଗଷ୍ଟରର ନିର୍ଦ୍ଦେଶରେ ଛେପ ପକାଇ ଯୁବକଙ୍କ ନାକ ଘସାଇଲେ !

Representational

କଟକ: ପାରିବାରିକ ବିବାଦକୁ କେନ୍ଦ୍ର କରି ଗ୍ୟାଙ୍ଗ୍‌ଷ୍ଟର ଆରିଫ୍‌ ଖାଁର ନିର୍ଦ୍ଦେଶକ୍ରମେ ଜଣେ ଯୁବକଙ୍କୁ ଛେପ ପକାଇ ନାକ ଘସା ଯାଇଛି। ଏଭଳି ମାମଲାରେ ଲାଲବାଗ ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଡଗରପଡ଼ା ହାଡ଼ଗଡ଼ିଆ ସାହିର ବାପି ଓରଫ ସଚିଦାନନ୍ଦ ଦାସ(୩୦), ରାଜା ଓରଫ ରଞ୍ଜନ କୁମାର ବେହେରା(୨୪), ଡମ୍ବରୁ ଓରଫ ସରୋଜ କୁମାର ଦାସ(୨୮) ଏବ˚ ବିଡାନାସୀ କୃଷକ ବଜାରର ସୁବେଇ ଓରଫ ସୁବାସ ମହାରଣା(୨୯)। ପୁଲିସ ଦୁର୍ବୃତ୍ତଙ୍କ ନିକଟରୁ ଦୁଇଟି ବାଇକ୍‌ ଓ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଏମାନେ ସମସ୍ତେ ଆରିଫ୍‌ ସହିତ କାମ କରୁଥିଲେ।

publive-image                                                  ଜବତ ହୋଇଥିବା ବାଇକ୍ 

ସୂଚନା ଅନୁଯାୟୀ, କେଶିଆ ହତ୍ୟା ମାମଲାରେ ଚୌଦ୍ବାର ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଆରିଫ୍‌ ଖାଁର ଭଉଣୀ ରିଜଵାନା ବିବିଙ୍କୁ ରାହୁଲ ନାମକ ଜଣେ ଯୁବକ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ବିବାହକୁ ନେଇ ବିବାଦ ଲାଗି ରହିଥିଲା। ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଞ୍ଚଳର ରେହମତ ଅଲ୍ଲୀ ଖାଁ ନାମକ ଜଣେ ଯୁବକଙ୍କ ସହିତ ରାହୁଲଙ୍କ ଯୋଗାଯୋଗ ଥିଲା। ରେହେମତ୍‌ କାହିଁକି ରାହୁଲଙ୍କୁ ବିଭିନ୍ନ ସମୟରେ ସହଯୋଗ କରୁଛନ୍ତି, ସେହି ରାଗରେ ରେହେମତ୍‌ ସହିତ ରିଜଵାନାଙ୍କ ପାଟିତୁଣ୍ତ ହୋଇଥିଲା। ପରେ ଆରିଫ୍‌ର ନିର୍ଦ୍ଦେଶ ଅନୁଯାୟୀ ଉପରୋକ୍ତ ୪ ଦୁର୍ବୃତ୍ତ ୩ ତାରିଖ ବିଳମ୍ବିତ ରାତିରେ ରେହେମତଙ୍କ ଘରେ ପଶି ତାଙ୍କୁ ବନ୍ଧୁକ ଦେଖାଇବା ସହିତ ରିଜଵାନାଙ୍କ ଘରକୁ ଉଠାଇ ଆଣିଥିଲେ। ରିଜଵାନାଙ୍କ ଘରେ ତଳେ ଛେପ ପକାଇ ରେହେମତଙ୍କ ନାକ ଘସାଇଥିଲେ ଏହି ୪ ଦୁର୍ବୃତ୍ତ। ଏ ସ˚କ୍ରାନ୍ତରେ ଲାଲବାଗ ଥାନାରେ ଅଭିଯୋଗ ପରେ ଆରିଫ୍‌ର ୪ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବାପି ବିରୋଧରେ ଲାଲବାଗ ଥାନାରେ ୩ଟି ଓ ଡମ୍ବରୁ ବିରୋଧରେ ୪ଟି ଅପରାଧୀକ ମାମଲା ଥିବା ଥାନା ଆଇଆଇସି ଆଶୁତୋଷ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe