ବାଙ୍କୀ: କଟକଜିଲ୍ଲା ବାଙ୍କୀ ବ୍ଲକ୍ ଅନ୍ତର୍ଗତ କାଳୀପୋଇ ଗ୍ରାମ ପଞ୍ଚାୟତର ଉଆଶପଲ୍ଲୀ ଗାଆଁରେ ଦୂଷିତ ପାଣି ପିଇ କିଡ୍ନି ରୋଗରେ ଅନେକ ପୀଡ଼ିତ ହୋଇ ଥିବା ବେଳେ ଚାରି ଜଣଙ୍କର ଜୀବନ ଚାଲି ଯାଇଛି। ଆହୁରି ୧୫ରୁ ଊର୍ଦ୍ଧ୍ବ ରୋଗୀ ଚିକତ୍ସିତ ହେଉଛନ୍ତି। ଅନେକ ରୋଗ ଭୟରେ ପାଣି ନ ପିଇ ପାଣି ବଜାରରୁ କିଣି ପିଉ ଥିବାର ଅଭିଯୋଗ ହୋଇଛି। ଏବେ ପ୍ରଭାକର ସାହୁ, ଭିକାରୀ ସାହାଣୀ, ମଧୁସୂଦନ ବାରିକ ଶଯ୍ୟାରେ ପଡ଼ି ରହି ଚିକିତ୍ସିତ ହେଉଛନ୍ତି।
ଶନିବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ମହାମାରୀ ବିଶେଷଜ୍ଞ ଡାକ୍ତର କାଶୀନାଥ ପଣ୍ଡା, ଅଣସଂକ୍ରାମକ ସଂଯୋଜିକା ସୁଦେଶ୍ନା ସେନାପତି ଓ ରତ୍ନାକର ସାହୁଙ୍କୁ ନେଇ ଗୋଟିଏ ଟିମ୍, ବାଙ୍କୀ ଉପଖଣ୍ଡ ଚିକିତ୍ସାଧିକାରୀ ଆଲୋକ କୁମାର ପଟନାୟକ ଓ ସୁବର୍ଣ୍ଣପୁର ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସହିତ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନ ଭଞ୍ଜନ ଦଳେଇ ମିଶି ତିନି ଗୋଟି ଟିମ୍ ଉଆଶପଲ୍ଲୀ ଗାଆଁରେ ପହଞ୍ଚି ଘରକୁ ଘର ଯାଇ ଆକ୍ରାନ୍ତଙ୍କ ପାଖରେ ପହଞ୍ଚି କ’ଣ କ’ଣ ଔଷଧ ଖାଉଛନ୍ତି। ଚିକିତ୍ସା କିଭଳି ହେଉଛି, କେଉଁ ଠାରେ ଚିକିତ୍ସା କରୁଛନ୍ତି ଟିମ୍ ତାହା ପଚାରି ବୁଝିଥିଲେ। ଗ୍ରାମରେ ଯୋଗାଣ ହେଉଥିବା ପାଇପ ଯୋଗେ ପାଣିର ନମୁନା ସଂଗ୍ରହ କରା ଯାଇ ପରୀକ୍ଷା ପାଇଁ ପଠାଇବାକୁ ବାଙ୍କୀ ବ୍ଲକ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଦୀପାଞ୍ଜଳି ପାତ୍ର ପହଞ୍ଚି ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ଗ୍ରାମର ସମସ୍ତ ମହିଳା ଓ ପୁରୁଷଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି।
ଆହୁରି ପଢ଼ନ୍ତୁ: Agriculture: କୃଷକ ଓ କୃଷିକାର୍ଯ୍ୟକୁ ଅଧିକ ଲାଭାନ୍ୱିତ କରିବା ପାଇଁ ସରକାର ପ୍ରତିବଦ୍ଧ: ଉପମୁଖ୍ୟମନ୍ତ୍ରୀ
ତେବେ ଭୂତଳ ଜଳ ଯୋଗାଣ ପ୍ରକଳ୍ପକୁ ବନ୍ଦ କରା ଯାଇ ନୂତନ ଭାବେ ଉଚ୍ଚ ସ୍ଥାନରେ ଖୋଳିବା ପାଇଁ ବାଙ୍କୀ ବ୍ଲକ୍ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କାହ୍ନୁ ଚରଣ ସିଂହ ଦାବି କରିଛନ୍ତି। ସେପଟେ କାଳୀପୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁବ୍ରତ କୁମାର ବେହେରା ପହଞ୍ଚିସ୍ୱାସ୍ଥ୍ୟ ବିଭାଗର ଟିମ ସହିତ ଆଲୋଚନା କରି ଜଳ ଯୋଗାଣ ପ୍ରକଳ୍ପକୁ ପାଣିର ନମୁନା ପରୀକ୍ଷା ହୋଇ ଆସିବା ପର୍ଯ୍ୟନ୍ତ ବନ୍ଦ ରଖା ଯାଇଛି। ତେବେ ଏହି ଜଳ ଯୋଗାଣ ପ୍ରକଳ୍ପକୁ ହଟାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/21/whatsapp-image-2026-02-21-21-16-17.jpeg)