ଆବର୍ଜନାରୁ ପ୍ରସ୍ତୁତ ହେବ ଜାଳେଣି ଗ୍ୟାସ୍‌: ୧୫୦ କୋଟିର ପ୍ରକଳ୍ପ ପାଇଁ ପୌର ନିଗମ-ଅଏଲ୍‌ ଇଣ୍ଡିଆ ରାଜିନାମା

କଟକ ସହରରୁ ପ୍ରତିଦିନ ବାହାରୁଥିବା ଆବର୍ଜନାରୁ ଜାଳେଣି ଗ୍ୟାସ ଉତ୍ପାଦନ କରାଯିବ। ପ୍ରତିଦିନ ୨ ଶହ ମେଟ୍ରିକ୍‌ ଟନ୍‌ ଓଦା ଆବର୍ଜନାରୁ ୬ ଟନ୍‌ ଜାଳେଣି ଗ୍ୟାସ୍‌ ପ୍ରସ୍ତୁତ କରି ତାହାକୁ ରନ୍ଧନ କାମରେ ବ୍ୟବହାର କରାଯିବ।

dgdgdgdg

କଟକ: କଟକ ସହରରୁ ପ୍ରତିଦିନ ବାହାରୁଥିବା ଆବର୍ଜନାରୁ ଜାଳେଣି ଗ୍ୟାସ ଉତ୍ପାଦନ କରାଯିବ। ପ୍ରତିଦିନ ୨ ଶହ ମେଟ୍ରିକ୍‌ ଟନ୍‌ ଓଦା ଆବର୍ଜନାରୁ ୬ ଟନ୍‌ ଜାଳେଣି ଗ୍ୟାସ୍‌ ପ୍ରସ୍ତୁତ କରି ତାହାକୁ ରନ୍ଧନ କାମରେ ବ୍ୟବହାର କରାଯିବ। ଏ ନେଇ ଆଜି ପୌର ନିଗମ ଓ ଅଏଲ୍‌ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଜଗତପୁର ଅଞ୍ଚଳର ୧୧.୮ ଏକର ଜମି ଉପରେ ଦେଢ଼ଶହ କୋଟି ଟଙ୍କା ବ୍ୟୟରେ ଏକ ବାୟୋ ଗ୍ୟାସ୍ ପ୍ଲାଣ୍ଟ ବା ବାୟୋମିଥାନେସନ୍‌ ପ୍ଲାଣ୍ଟ ନିର୍ମାଣ କରାଯିବ। ନିର୍ମାଣ କାର୍ଯ୍ୟ ଆରମ୍ଭର ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ଲାଣ୍ଟରେ ୯୦ରୁ ଅଧିକ ଜଣଙ୍କୁ କର୍ମନିଯୁକ୍ତି ମିଳିବ। ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ପ୍ଲାଣ୍ଟ ନିର୍ମାଣ କରାଯିବା ସହ ପୁଞ୍ଜି ବିନିଯୋଗ, ପ୍ଲାଣ୍ଟର ରକ୍ଷଣାବେକ୍ଷଣ କରାଯିବ। ପୌର ନିଗମ ପକ୍ଷରୁ ପ୍ଲାଣ୍ଟ ପାଇଁ ଜମି ସହିତ ଆସନ୍ତା ୨୫ ବର୍ଷ ପାଇଁ ଆବର୍ଜନା ଯୋଗାଇ ଦିଆଯିବ। ପ୍ରତିବର୍ଷ ପୌର ନିଗମକୁ ଜମି ଭଡ଼ା ବାବଦରେ ଅଏଲ୍‌ ଇଣ୍ଡିଆ ୫ ଲକ୍ଷ ୧୪ ହଜାର ଟଙ୍କା ଦେବ।

୧୫୦ କୋଟିର ପ୍ରକଳ୍ପ ପାଇଁ ପୌର ନିଗମ-ଅଏଲ୍‌ ଇଣ୍ଡିଆ ରାଜିନାମା
ପ୍ରତିଦିନ ବାହାରିବ ୬ ଟନ୍ ଗ୍ୟାସ୍‌

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର, ପୌର ନିଗମ କମିସନର ଅନାମଚରଣ ପାତ୍ର, ସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୂଳିଆ, ଅଏଲ୍‌ ଇଣ୍ଡିଆ ସିଏମ୍‌ଡି ଡକ୍ଟର ରଞ୍ଜିତ ରଥ, ଇଡି ରଞ୍ଜନ ଗୋସ୍ବାମୀ, ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ବିନୟ କୁମ‌ାର ଦାସ, ଓଜିଇଏଲ୍‌ ସିଇଓ ଅରିମନ୍ଦମ୍‌ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟରେ ପ୍ରଥମ କରି ଭୁବନେଶ୍ବର ପୌର ନିଗମ ଅଞ୍ଚଳରେ ଉକ୍ତ ପ୍ଲାଣ୍ଟ ନିର୍ମାଣ ଚାଲିଥିବା ବେଳେ ଆଗକୁ ବହ୍ମପୁର, ପୁରୀ, ସମ୍ବଲପୁର ପରି ୭ଟି ସ୍ଥାନରେ ଏହା ନିର୍ମାଣ ହେବ। ସେହିପରି ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ସହଯୋଗରେ ଭୁବନେଶ୍ବର ଓ କଟକ ସହର ମଧ୍ୟରେ ‘ୱେଷ୍ଟ ଟୁ ଏନର୍ଜି’ ଏକ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା ରହିଛି। ଯେଉଁଥିରେ ଆବର୍ଜନା ପରିବହନ ବାବଦକୁ ଖର୍ଚ୍ଚ ହେଉଥିବା ଅର୍ଥର ପରିମାଣ ହ୍ରାସ ପାଇବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe