ଏମିତି ଚାଲିଛି ଗଡ଼ଖାଇ ପୁନରୁଦ୍ଧାର, ପାଣିରେ ପଡ଼ିବ ୩ କୋଟି ୬୦ଲକ୍ଷ ଟଙ୍କା

Advertisment
ଏମିତି ଚାଲିଛି ଗଡ଼ଖାଇ ପୁନରୁଦ୍ଧାର, ପାଣିରେ ପଡ଼ିବ ୩ କୋଟି ୬୦ଲକ୍ଷ ଟଙ୍କା

Sambad

କଟକ: କଟକ ସହରର ଐତିହ୍ୟ ତଥା ପ୍ରାଚୀନ ବାରବାଟୀ କିଲ୍ଲାକୁ ଘେରି ରହିଥିବା ଗଡ଼ଖାଇ ପୁନରୁଦ୍ଧାର କାମରେ ସିଏମ୍‌ସିର ଦାୟିତ୍ବହୀନତା ଏବେ ପଦା‌ରେ ପଡିଛି। ସୌନ୍ଦର୍ଯ୍ୟୀକରଣ ଆଳରେ କେବଳ ଅର୍ଥଶ୍ରାଦ୍ଧ କରିବାକୁ ଯୋଜନା କରାଯାଉଥିବା ଅନୁଭବ ହେଉଛି। ଦୁଇ ମାସ ତଳେ ଗଡ଼ଖାଇରୁ ଯେତିକି ଦଳ ସଫା କରାଯାଇଥିଲା ଏବେ ସେହି ସବୁ ଦଳ ପୁଣି ଯାଇ ଗଡ଼ଖାଇରେ ମିଶିବ‌ା ଆରମ୍ଭ କଲାଣି। ବାହାରି ଥିବା ଦଳ ଖରା‌ରେ ଶୁଖିବା ପରେ ଏବେ ପାହାଡ଼ ଭଳି ରାସ୍ତାର ଉଭୟପାର୍ଶ୍ବ‌ରେ ଗଦା ହୋଇ ରହିଛି। ଏହାକୁ ଅପସାରଣ କରାଯାଉ ନାହିଁ। ଫଳରେ ସିଏମ୍‌ସିର ଗଡ଼ଖାଇ ପୁନରୁଦ୍ଧାର ‌ଯୋଜନା ଫସରଫାଟିବା ଏକ ପ୍ରକାର ନିଶ୍ଚିତ ହୋଇଛି। ତଥ୍ୟ ମୁତାବକ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ବାରବ‌ାଟୀ କିଲ୍ଲା ପୁନରୁଦ୍ଧାର ପାଇଁ ପୂର୍ବରୁ ବହୁବାର ଉଦ୍ୟମ କରାଯାଇଥିଲେ ହେଁ ସଫଳ ହୋଇ ନଥିଲା। ଏହି ସଂରକ୍ଷିତ କୀର୍ତ୍ତିରାଜିର ପୁନରୁଦ୍ଧାର ପାଇଁ ଦୀର୍ଘଦିନ ପରେ ଉଦ୍ୟମ ଆରମ୍ଭ ହୋଇଛି। ନୂଆ କାଉନସିଲ୍‌ ଗଠନ ହେବା ‌ପରେ ସିଏମ୍‌ସି ପକ୍ଷରୁ ଏହାର ପୁନରୁଦ୍ଧାର କାମ ପାଇଁ ‌ଯୋଜନା ହୋଇଥିଲା।

ଏଥିପାଇଁ ୩ କୋଟି ୬୦ଲକ୍ଷ ଟଙ୍କା ମଂଜୁର କରାଯାଇ କାମ ଆରମ୍ଭ ହୋଇଥିଲା। ଗତ ତିନିମାସ ହେବ ଗଡ଼ଖ‌ାଇରୁ ମେସିନ୍ ସହାୟତାରେ ଦଳ ସଫା କରାଯାଇଥିଲା। ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗଡ଼ଖାଇ ଭିତରେ ଥିବା ଦଳକୁ ସଫା କରାଯାଇଥିଲେ ହେଁ ତାହା ଏବେ ବେକାର ହେବାକୁ ଯାଉଛି। ଗଡ଼ଖାଇରୁ ‌ଯେଉଁ ଦଳ ସବୁ ସଫା କରାଯାଇଥିଲା ସେସବୁକୁ ଅନ୍ୟତ୍ର ଅପସାରଣ କରା ନଯାଇ ଗଡ଼ଖାଇ ପାର୍ଶ୍ବରେ ଥିବା ରାସ୍ତ‌ାରେ ଗଦା କରି ରଖାଯାଇଥିଲା। ଶୁଖିଗଲା ପ‌ରେ ଏହି ଦଳକୁ ଅପସାରଣ କରାଯିବାର ଥିଲା। ମାତ୍ର ମାସ ମାସ ଧରି ଉକ୍ତ ଦଳ ପାହାଡ଼ ଭଳି ଗଦା ହୋଇ ରହିଛି। ଏବେ ବର୍ଷ‌ାରେ ଏହା ପଚି ଗନ୍ଧ ହେଲାଣି। ମାତ୍ର ସିଏମ୍‌ସି ପକ୍ଷରୁ ଏହାର ଅପସାରଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବିଜୁ ପଟ୍ଟନାୟକ ଛକରୁ ବାରବାଟୀ ଷ୍ଟାଡିୟମ୍‌କୁ ସଂ‌ଯୋଗ କରୁ୍ଥିବା ମୁଖ୍ୟ ରାସ୍ତାପାର୍ଶ୍ବରେ ଗଡଖାଇରୁ ବାହାରିଥିବା ଦଳ ଗଦା ହୋଇରହିଛି। ଆଗକୁ ଅଧିକ ବର୍ଷା ହେଲେ ଗଡ଼ଖାଇରେ ପୁଣି ଦଳ ଭର୍ତ୍ତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe