ଢଗଢମାଳି, ‌‌‌‌‌‌‌‌‌‌‌ବ୍ୟଙ୍ଗକବିତା ଗାଇ ଝାଲ୍‌ମୁଢ଼ି ବିକୁଛନ୍ତି ଗଗନ

Advertisment
ଢଗଢମାଳି, ‌‌‌‌‌‌‌‌‌‌‌ବ୍ୟଙ୍ଗକବିତା ଗାଇ ଝାଲ୍‌ମୁଢ଼ି ବିକୁଛନ୍ତି ଗଗନ

Sambad

କଟକ: ହଜାର ବର୍ଷର ଭାଇଚାରାର ସହର କଟକକୁ ଯିଏ ଥରେ ଆସିଛି ସେ ସବୁଦିନ ପାଇଁ କଟକରେ ରହିଯାଇଛି। ଢେଙ୍କାନାଳର ଗଗନ ଦେହୁରିଙ୍କ ସହ ବି ସେୟା ଘଟିଛି। କିଛିଦିନ ତଳେ କଟକକୁ ଚାଲି ଆସିଥିଲେ ଦି’ ପଇସା ରୋଜଗାର ଉଦ୍ଦେଶ୍ୟରେ। ମହାନଦୀବିହାର ଟେଲିଫୋନ କ୍ବାର୍ଟର୍ସ ପାଖରେ ଝୁମ୍ପୁଡ଼ି ଘରେ ପାଲ ଟାଙ୍ଗୀ ରହିଲେ। ଆରମ୍ଭ କଲେ ଝାଲମୁଢି ବ୍ୟବସାୟ। ଗାଁ ଗହଳିର ଢଗଢମାଳି ‌ଓ ବ୍ୟଙ୍ଗ କବିତା ଗାଇ ନିଆରା ଢଙ୍ଗରେ ମୁଢି ବିକିଲେ। ‘ଝାଲ୍‌ ମୁଢି ଖାଇବାକୁ ମନ କଲାଣି ଉଚ୍ଛନ୍ନ-ଗଗନ ମନ ପବନ, କାଳିଆ ମୁହଁରେ ନାଲିଆ ହସ-ଭାଇ ଭଉଣୀ ଇଆଡ଼େ ଆସ, ଭଳି ଗୀତ ଗାଇ ସେ ଝାଲ୍‌ମୁଢ଼ି ବିକୁଛନ୍ତି।

ବ୍ୟବହାର, ଆକର୍ଷଣୀୟ କଥାବାର୍ତ୍ତା, ଚାହାଣି ଓ ବ୍ୟଙ୍ଗ କବିତା ମାଧ୍ୟମରେ ପିଲାଠାରୁ ବୁଢା ସଭିଙ୍କ ମନ ଜିଣି ମୁଢି ବିକ୍ରି କରନ୍ତି। ଗଗନଙ୍କ ବ୍ୟଙ୍ଗ କବିତା ଶୁଣି ସହରର ଗଳିକନ୍ଦିରେ ତାଙ୍କର ଝାଲମୁଢ଼ି ଖାଇବା ପାଇଁ କଟକିଆ ରୁଣ୍ଡ ହୋଇଯାନ୍ତି। ଗଗନ କହିଛନ୍ତି ଯେ, ଦିନକୁ ୭ଶହରୁ ୮ଶହ ଟଙ୍କା ରୋଜଗାର କରେ। ତାଙ୍କ ଝାଲ୍‌ମୁଢ଼ିର ସ୍ବାଦ ନିଆରା ବୋଲି କହନ୍ତି ବିଦ୍ୟାଧରପୁରର ସତ୍ୟଜିତ କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe