ଶେଷ ହେଲା ଚୌଦ୍ବାର ରୂପଯାତ୍ରା ଭସାଣି ଉତ୍ସବ

ଶେଷ ହେଲା ଚୌଦ୍ବାର ରୂପଯାତ୍ରା ଭସାଣି ଉତ୍ସବ

Sambad

ଚୌଦ୍ବାର: ପ୍ରସିଦ୍ଧ ଚୌଦ୍ବାର ରୂପଯାତ୍ରା ଭସାଣି ଉତ୍ସବ ଆଜି ଶେଷ ହୋଇଛି। ମହାମାରୀ କରୋନା ପାଇଁ ଉତ୍ସବରେ ସରକାରଙ୍କ ପକ୍ଷରୁ କଟକଣା ଲାଗି ଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଥିଲା। ଆଜି ସକାଳ ୯ ଟାରୁ ମଧ୍ୟାହ୍ନ ୨ଟା ମଧ୍ୟରେ ବିରୂପା ନଦୀ କୂଳ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା। କ୍ରମାନ୍ବୟରେ ସମସ୍ତ ମେଢ ନିଜ ନିଜ ମଣ୍ତପରୁ ବାହାରି ଚୌଦ୍ବାର ରୂପଯାତ୍ରା ପଡ଼ିଆ ଦେଇ ବିରୂପା ନଦୀ କୂଳରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜିତ ହୋଇଥିଲେ। ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଶୃଙ୍ଖଳାର ସହ ନିଜ ନିଜର ମେଢ ବାହାର କରି ବିରୂପା ନଦୀ କୂଳକୁ ଆଣିଥିଲେ।

publive-image Sambad

କେବଳ ପରମ୍ପରାକୁ ରକ୍ଷା କରି ଚୌଦ୍ବାର ଦଶହରା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ଛନ୍ଦାଭୋଗ ପ୍ରଦାନ କରାଯିବା ପରେ ମେଢ ବିସର୍ଜନ କରାଯାଇଥିଲା। ଚୌଦ୍ବାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ବରେ ପୁଲିସ ଭସାଣି ଉତ୍ସବକୁ କରୋନା କଟକଣା ନିୟମ ଅନୁସାରେ ଶୃଙ୍ଖଳାର ସହିତ ଶେଷ କରିବାକୁ ପଦକ୍ଷେପ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe