ରାଜ୍ୟ ଫ୍ଲାଇଂ ସ୍କ୍ଵାର୍ଡର ବଡ଼ ଚଢ଼ାଉ; ରାଜପଥରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ମାଫିଆ ଗିରଫ

Advertisment
ରାଜ୍ୟ ଫ୍ଲାଇଂ ସ୍କ୍ଵାର୍ଡର ବଡ଼ ଚଢ଼ାଉ; ରାଜପଥରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ମାଫିଆ ଗିରଫ

Sambad

କଟକ: ପୁରୁଣା ମଙ୍ଗୁଳି ଟୋଲ୍ ଗେଟ୍ ନିକଟ ରାଜପଥରୁ ରାଜ୍ୟ ଫ୍ଲାଇଂ ସ୍କ୍ଵାର୍ଡ ବଡ଼ ଧରଣର ଗଞ୍ଜେଇ ଗ୍ୟାଙ୍ଗକୁ କାବୁ କରିଛି। ପାଖାପାଖି ୧୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଏକ ହୋଣ୍ଡା ସିଟି କାରରେ ଚାଲାଣ ବେଳେ ଜବତ ହୋଇଛି। ଏହାସହିତ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି। ମାଫିଆ ମାନେ ହେଉଛନ୍ତି ନାଗପୁରର ମହମ୍ମଦ ଇମତିଆଜ (୨୯) ଏବଂ ବିହାରର ମହମ୍ମଦ ସବିର (୨୬)। ମୋଟ ୮୪ କେଜି ଓଜନର ଗଞ୍ଜେଇ ଜବତ ହୋଇଛି। ଦିଲ୍ଲୀରେ ୮୪ କେଜି ଗଞ୍ଜେଇ ୧୦ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଉଥିବା ଫ୍ଲାଇଂ ସ୍କ୍ବାଡ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାରୁ ବସ୍ ଯୋଗେ ଗଞ୍ଜେଇ ବରମୁଣ୍ଡା ଆସୁଛି। ବରମୁଣ୍ଡାରୁ କାର୍ ଯୋଗେ ଗଞ୍ଜେଇ କଲିକତା, ବିହାର, ଦିଲ୍ଲୀ ଯାଏ ଚାଲାଣ ହେଉଛି।

ଆଜି ବରମୁଣ୍ଡାରୁ ଏକ ହୋଣ୍ଡା ସିଟି କାର୍ (ଡବ୍ଲୁ ୦୨ ଓ୍ବାଇ ୭୫୮୪)ରେ ପଶ୍ଚିମବଙ୍ଗ ୮୪ କେଜି ଗଞ୍ଜେଇ ଚାଲାଣ ହେଉଥିବା ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ଖବର ପାଇଥିଲା। ଆଜି ସକାଳ ପ୍ରାୟ ୬ଟା ବେଳେ ପୁରୁଣା ମଙ୍ଗୁଳି ଟୋଲ ଗେଟ୍ ନିକଟରେ ବିଭାଗର କର୍ମଚାରୀ ଛକି ରହିଥିଲେ। ଗାଡ଼ି ଅତିକ୍ରମ କଲା ବେଳେ କାବୁ କରି ନେଇଥିଲେ। ଅବକାରୀ କମିସନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ରାଜ୍ୟ ଫ୍ଲାଇଂ ସ୍କ୍ବାଡର ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ସମେତ ଆଇଆଇସି ସରୋଜ କୁମାର ପରିଡ଼ା, ଇନ୍ସପେକ୍ଟର ଉମାକାନ୍ତ ସ୍ବାଇଁ, ସଚିନ ବେହେରା, ମନୀଷା ଭୋଳ, ସାକ୍ରି ଉଲ୍ଲା, ନଟବର ମଲ୍ଲିକ, ବ୍ରଜକିଶୋର ବିନ୍ଧାଣୀ, ଦିଲ୍ଲୀପ କୁମାର ନନ୍ଦ, କରଣ ଓରାମ, ଦେବାଶିଷ ବେହେରା, ଅଜୟ ବେହେରା ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe