କଟକରେ ଚାଞ୍ଚଲ୍ୟ: ମାନସିଂହପାଟଣ‌ାରେ ଘରେ ପଶି ଯୁବତୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ, ଅଳ୍ପକେ ବଞ୍ଚିଗଲା ଜୀବନ

Advertisment
କଟକରେ ଚାଞ୍ଚଲ୍ୟ: ମାନସିଂହପାଟଣ‌ାରେ ଘରେ ପଶି ଯୁବତୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ, ଅଳ୍ପକେ ବଞ୍ଚିଗଲା ଜୀବନ

କଟକ: ସହରର ମାନସିଂ ପାଟଣାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୪ ଜଣ ଦୁର୍ବୃତ୍ତ ଜଣେ ଯୁବତୀଙ୍କ ଘରେ ପଶି ତାଙ୍କୁ ନିଶା ଇଂଜେନକସନ୍ ଦେଇ ନିଆଁରେ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ସୌଭାଗ୍ୟବଶତଃ, ଅଳ୍ପ ନିଆଁ ଲାଗିଥିବା ଅବସ୍ଥାରେ ଘରମାଲିକ ଓ ପଡ଼ିଶା ଯୁବତୀଙ୍କୁ ଉଦ୍ଧାର କରିବାକୁ ତାଙ୍କର ଜୀବନ ବଞ୍ଚିଯାଇଛି।

ସୂଚନା ଅନୁସାରେ,  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଜଣେ ଅଟୋଚାଳକ ତାଙ୍କ ସ୍ତ୍ରୀ, ବଡ଼ ଝିଅ ଓ ସାନ ପୁଅ ସହିତ ଲାଲବାଗ ଥାନା ଅନ୍ତର୍ଗତ ମାନସି˚ହପାଟଣାରେ ସୁଦର୍ଶନ ଜେଠୀଙ୍କ ଘରେ ଭଡ଼ା ନେଇ ରହୁଥିଲେ।  ଆଜି ଦିନ ପ୍ରାୟ ୧୦ଟା ବେଳେ ଘରେ କେହି ନ ଥିବା ବେଳେ ୪ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ତାଙ୍କ ଘରେ ପହଞ୍ଚିଥିଲେ। କବାଟ ଭାଙ୍ଗି ଧ‌ସେଇ ପଶି ବଡ଼ ଝିଅ ଥିବା ରୁମ୍‌କୁ ଯାଇଥିଲେ। ସେଠାରେ ଯୁବତୀଙ୍କୁ ମାଡ଼ି ବସି ତାଙ୍କ ପିଠିରେ ନିଶା ଇଞ୍ଜେକ୍ସନ ଦେବା ସହିତ ହାତ ଗୋଡ଼ ବାନ୍ଧିବା ସହିତ ମୁହଁରେ ପଟି ବାନ୍ଧି ଦେଇଥିଲେ। ତାଙ୍କ ଦେହରେ ଏବଂ ଘର ଭିତରେ କିରାସିନ୍‌ ଢାଳି ନିଆଁ ଲଗାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଛାତ୍ରୀଙ୍କୁ ନିଶା ଧରିବା ପୂର୍ବରୁ ସେ ଜୀବନ ବିକଳରେ ଘୁଷୁରି ଘୁଷୁରି ବାହାରକୁ ଆସିବାକୁ ଉଦ୍ୟମ କରିଥିଲେ। ନିଆଁ  ଗୋଟିଏ କୋଠରିରୁ  ଆଉ ଗୋଟିଏ କୋଠରୀକୁ ବ୍ୟାପିବାକୁ ଲାଗିଲା। ବାହାରକୁ ଧୂଆଁ ଯିବାରୁ ଉପର ମହଲାରେ ରହୁଥିବା ଘର ମାଲିକ ସୁଦର୍ଶନ ପହଞ୍ଚି ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ। ଲାଲବାଗ ଥାନା ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଯୁବତୀଙ୍କୁ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲା।

publive-image Sambad

ପରିବାର ଲୋକେ ବଡ଼ ମେଡିକାଲ୍‌ରେ ପହଞ୍ଚିବା ସହିତ ଲାଲବାଗ ଥାନାରେ ଏତଲା ଦାୟର କରିଛନ୍ତି। ଅଗ୍ନିକାଣ୍ତ ସମ୍ପର୍କରେ ଖବର ପାଇ ବକ୍ସିବଜାରରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳକୁ ଦୁଇ ବଖରା ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ଏହି ଘରକୁ ଆସିବା ପୂର୍ବରୁ ରାସ୍ତା ଦୁଇପଟେ ଲାଗିଲାଗି ଘର ଥିବା ବେଳେ ଲୋକ ଚଳପ୍ରଚଳ ବି ଦିନ ସମୟରେ କରୁଥିଲେ। ଏଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁର୍ବୃତ୍ତମାନେ ଏଭଳି କାଣ୍ତ କିଭଳି ଘଟାଇଲେ, ସେ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଲାଲବାଗ ଥାନା ପୁଲିସ ବ଼ଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ସାଇଣ୍ଟିଫିକ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ପହଞ୍ଚି ତନାଘନା ଚଳାଇଥିବା ସୂଚନା ମିଳିଛି। ଡିସିପି ପ୍ରତୀକ ସି˚ହ କହିଛନ୍ତି ଯେ ଘରେ କେହି ନ ଥିବା ବେଳେ ଅଜଣା ଲୋକ ଘର ଭିତରେ ପଶି ନିଆଁ ଲଗାଇ ଦେଇଛନ୍ତି। ଯେଉଁ ୪ ଜଣ ଦୁର୍ବୃତ୍ତ ଏଭଳି କାଣ୍ତ ଘଟାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି। ଏମାନଙ୍କ ମୁହଁ ଘୋଡ଼ାଯାଇଥିବା ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe