ମୁଖ୍ୟମନ୍ତ୍ରୀ ୭୦କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ଚଣ୍ଡୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

ମୁଖ୍ୟମନ୍ତ୍ରୀ ୭୦କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ଚଣ୍ଡୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

କଟକ: ମା’ କଟକ ଚଣ୍ଡୀଙ୍କ ପୀଠର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୦କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ କଟକ ଚଣ୍ଡୀ ରୋଡ୍ ଶେଖବଜାର ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି। ପ୍ରକଳ୍ପର ଶୁଭକାମନା କରି ଚଣ୍ଡୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଶେଖବଜାର ପୂଜା କମିଟି ସଭାପତି ରାଜକିଶୋର ନାୟକ, ସାଧାରଣ ସଂପାଦକ କିଶୋର ବେହେରା, ମହାନଗର ଶାନ୍ତି କମିଟି ଉପସଭାପତି ଧର୍ମେଶ ନାୟକ, ସାଧାରଣ ସଂପାଦକ ଭିକାରି ଦାସ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ସିହ୍ନା, ଆଇନଜୀବୀ ଦେବାଶିଷ ପାଣିଗ୍ରାହୀ, ରାମଚନ୍ଦ୍ର ବେହେରା, ବିଜୟ ବେହେରା, ଜ୍ଞାନେନ୍ଦ୍ର ଗୁରୁ ଗୋସ୍ବାମୀ, କର୍ପୋରେଟର ବସନ୍ତ ବେହେରା, ମୋନାଲିସା ଦାସ, ପ୍ରଣବ ଦଳାଇ, ସନ୍ତୋଷ ମହାପାତ୍ର, ଲାଲା ପ୍ରତାପ ରାୟ, ପୂର୍ଣ୍ଣଚନ୍ଦ୍ର ସାହୁ, ଅଭୟ ବେହେରା, ଅଞ୍ଜନ ବେହେରା, ସଞ୍ଜିତ ନାୟକ, ସଞ୍ଜୟ ପଟ୍ଟନାୟକ, ଦିଲ୍ଲୀପ ନାରାୟଣ ଗୁଟୁ, ମହିଳା ମହାସଂଘ ସଭାନେତ୍ରୀ ରବି ସେଠୀ, ନିହାର ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe