ନ୍ୟାୟ ନପାଇ ଆଖିବୁଜିଲେ ଗୁଣନିଧି, ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ

Advertisment

ପୁଲିସ ଡିଜି ଓ ଆଇଜିଙ୍କୁ ନୋଟିସ୍

ପୁଲିସ ଡିଜି ଓ ଆଇଜିଙ୍କୁ ନୋଟିସ୍

ଆଜି ସରିବ ଓଏଚ୍‌ଆର୍‌ସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

କଟକ/କିଶନନଗର: ଶେଷରେ ନ୍ୟାୟ ନପାଇ ଆଖିବୁଜିଲେ ଗୁଣନିଧି ବି‌ଶୋଇ। ଗତକାଲି ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ କଟକ ଜିଲ୍ଲା କିଶନନଗର ଥାନା ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିବା ଗୁଣନିଧି ବିଶୋଇ(୫୨)ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଥାନା ପରିସରରେ ଗୁଣନିଧିଙ୍କ ଆତ୍ମହୁତି ଓ ମୃତ୍ୟୁ ଘଟଣାକୁ ଗୁରୁତ୍ବର ‌ସହ ଗ୍ରହଣ କରିଛନ୍ତି ରାଜ୍ୟ ମାନବାଧିକାର କମିସନ। ନିଜ ଆଡୁ କମିସନ ଏହି ପ୍ରସଙ୍ଗକୁ ନେଇ ମାମଲା ରଜୁ କରିଛନ୍ତି।

ଏଥିସହ ମାମଲାରେ ପୁଲିସ ଡିଜି ଓ ଆଇଜିଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି। ଘଟଣାର ତଦନ୍ତ କରି ସବିଶେଷ ରିପୋର୍ଟ ପରବର୍ତ୍ତୀ ତାରିଖ ସୁଦ୍ଧା ଦାଖଲ ପାଇଁ ନୋଟିସ୍‌ ଜାରି କରିଛନ୍ତି। ଅର୍ଥାତ୍‌ ଜୁଲାଇ ୨୫ ସୁଦ୍ଧା ଏହି ପ୍ରସଙ୍ଗରେ ପୁଲିସ ନିଜ ପକ୍ଷ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ଅନ୍ୟପଟେ ପୁଲିସ ପକ୍ଷରୁ ଥାନାର ସିସିଟିଭି ଜବତ୍‌ କରାଯାଇ ଯାଞ୍ଚ କରାଯାଉଛି। ଗତକାଲି କିଶନନଗର ଥାନା ସମ୍ମଖରେ ନିଜ ଦେହରେ କିରୋସିନ ନିଆଁ ଲାଗାଇ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଗୁଣନିଧି ବିଶୋଇ। ପରେ ତାଙ୍କୁ ତୁରନ୍ତ କଟକର ଘରୋଇ ହସ୍ପିଟାଲରେ ଭରତ୍ତି କରାଯାଇଥିଲା। ଗୁଣନିଧିଙ୍କ ଶରୀର ୮୦ ପ୍ରତିଶତ ପୋଡ଼ି ଯିବା ଓ ଅବସ୍ଥା ସଙ୍କଟାପନ୍ନ ବୋଲି ଡ଼ାକ୍ତର କହିଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥ‌ାରେ ତାଙ୍କର ମୃତ୍ୟ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe