ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

Advertisment
ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

କଟକ: ବହୁଚର୍ଚ୍ଚିତ ପାରାଦୀପର ସିୱେଜ ସିପିଂ କମ୍ପାନୀର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନକୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଖାରଜ କରି ଦେଇଛନ୍ତି। ପୂର୍ବରୁ ମହିମା ମିଶ୍ରଙ୍କ ରିଭ୍ୟୁ ପିଟିସନକୁ ଗତ ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ।

ମହିମା ମିଶ୍ରଙ୍କ ରିଭ୍ୟୁ ପିଟିସନ୍‌ ଗତ ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମହିମାଙ୍କୁ ହାଇକୋର୍ଟ ଦେଇଥିବା ଜାମିନ୍‌କୁ ଗତ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଖାରଜ କରିଦେବାପରେ ମହିମାଙ୍କ ଦ୍ବାରା ଏହାର ପୁନର୍ବିଚାର ପାଇଁ ସୁପ୍ରିମ‌କୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ସୁପ୍ରିମକୋର୍ଟର ବିଚାରପତି ଏଲ୍‌ ନାଗେଶ୍ବର ରାଓ ଓ ବିଚାରପତି ମୋହନ ଏମ୍‌ ସନ୍ଥା ନାଗୌଦରଙ୍କ ଖଣ୍ଡପୀଠ  ଏହି ରିଭ୍ୟୁ ପିଟିସନ୍‌କୁ ଖାରଜ କରିଥିଲେ।

ଉ‌େଲ୍ଲଖଯୋଗ୍ୟ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ଓଡ଼ିଶା ହାଇ‌େକାର୍ଟ ୨୦୧୭ ମେ’ ୧୬ରେ ଜାମିନ ମଂଜୁର କରିଥିଲେ। ମହିମାନନ୍ଦଙ୍କ ଜାମିନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେପ୍ଟେମ୍ବର ୧୮ରେ ସୁପ୍ରିମକୋର୍ଟ ମହିମାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ‌େନବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥି‌େଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe