ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରସଂଗ : ଗଣଶିକ୍ଷା ସଚିବଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

Advertisment
ନୂଆ ଫର୍ମାସି କଲେଜ ଖୋଲିବା ଉପରେ କଟକଣା କୋହଳ ପ୍ରସଙ୍ଗ : ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Odisha Sun Times

କଟକ : ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲର କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ରିପୋର୍ଟ ଆଧାରରେ ୨୦୧୬ରୁ ବକେୟା ପ୍ରାପ୍ୟ ପ୍ରଦାନ ପ୍ରସଂଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୫କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏଥି ପୂର୍ବରୁ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.ଏନ.ବିଶ୍ବାଳ ଓ ଅନ୍ୟ ୪ ଜଣଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ସପ୍ତମ ବେତନ କମିସନ ରିପୋର୍ଟ ଆଧାରରେ ରାଜ୍ୟର ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ବର୍ଦ୍ଧିତ ଦରମା ୨୦୧୬, ଜାନୁଆରି ୧ରୁ ଲାଗୁ ହୋଇଥିବା ବେଳେ ଏହି ତାରିଖରୁ ସେମାନଙ୍କୁ ପରବର୍ତ୍ତୀ ସମୟରେ ବକେୟା ପ୍ରାପ୍ୟ ପ୍ରଦାନ କରାଯାଇଥିଲା। କିନ୍ତୁ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବେତନ କମିସନ ରିପୋର୍ଟ ଆଧାରରେ ଦରମା ୨୦୧୬ରୁ ବୃଦ୍ଧି କରାଯାଇଥିଲେ ମଧ୍ୟ ବକେୟା ପ୍ରାପ୍ୟ ୨୦୧୭, ଅକ୍ଟୋବର ୧ରୁ ପ୍ରଦାନ କରାଯାଇଥିଲା। ଶିକ୍ଷା ବିଭାଗର ବେଆଇନ ନିଷ୍ପତ୍ତି ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ କର୍ମଚାରୀମାନେ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ସପ୍ତମ ବେତନ କମିସନ ରିପୋର୍ଟ ଆଧାରରେ ବକେୟା ପ୍ରାପ୍ୟ ୨୦୧୬ରୁ ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରି ନିଷ୍ପତ୍ତିକୁ ବିରୋଧ‌ କରି ଢେଙ୍କାନାଳ ଜିଲ୍ଲା କନ୍ଦରସିଂହା ଗୋପୀନାଥଜିଉ ଉଚ୍ଚ ବିଦ୍ୟାପୀଠର କର୍ମଚାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ୟୋତିର୍ମୟ ଗୁପ୍ତ, ପି.ପଦ୍ମାବତୀ ରାଓ ଓ ସ୍ବପ୍ନା ସାହୁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe