ଆଃ କି ଥଣ୍ତା.... ବୋତଲ କୋଲ୍‌ଡ ଡ୍ରିଙ୍କ୍‌ସକୁ ଫୁ...

Advertisment

ପୁଦିନା ରସ, ବେଲପଣା, ଫ୍ରୁଟ ସାଲାଡ୍‌ର ବଢୁଛି ଚାହିଦା

ପୁଦିନା ରସ, ବେଲପଣା, ଫ୍ରୁଟ ସାଲାଡ୍‌ର ବଢୁଛି ଚାହିଦା

ଆଃ କି ଥଣ୍ତା.... ବୋତଲ କୋଲ୍‌ଡ ଡ୍ରିଙ୍କ୍‌ସକୁ ଫୁ...

Sambad

କଟକ: ପାଟିକୁ ସୁଆଦିଆ ଆଉ ପେଟ ଥଣ୍ଡା କରୁଥିବା ଖରା ଦିନିଆ ପାନୀୟ ଓ ଫଳର ଚାହିଦା ଏବେ ବଢିବାରେ ଲାଗିଛି। ପୁଦିନା ଲେମ୍ବୁ ରସ, ଆଖୁ ରସ, ମିଶ୍ରି ପାଣି, ନଣ୍ଡା ବଗୁଲି ରସ, ବେଲ ପଣା, ତରଭୁଜ, ପଇଡ ଇତ୍ୟାଦିକୁ ଭଳି କି ଭଳି ଢଙ୍ଗରେ ଏବେ ଦୋକାନୀ ମାନେ ସହରର ପ୍ରମୁଖ ସ୍ଥାନରେ ବିକୁଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ଫ୍ରୁଟ ସାଲାଡ଼ରେ ୧୦ ପ୍ରକାରର ଫଳ ରଖି ପ୍ଲେଟ ପିଛା ୨୦ ଟଙ୍କାରେ ବିକୁଛନ୍ତି ବ୍ୟବସାୟୀ। ପୁଦିନା ଲେମ୍ବୁ ରସ ଗ୍ଲାସ ପିଛା ୧୦ ଟଙ୍କା, ଆଖୁ ରସ ଗ୍ଲାସ ପିଛା ୧୦ ଟଙ୍କା, ମିଶ୍ରି ପାଣି, ନଣ୍ଡା ବଗୁଲି ରସ ଗ୍ଲାସ ପିଛା ୧୦ ଟଙ୍କା ଓ ବେଲ ପଣା ଗ୍ଲାସ ପିଛା ୪୦ ଟଙ୍କା ଦର ରହିଛି। ବୋତଲରେ ବିକ୍ରି ହେଉଥିବା ବିଭିନ୍ନ କୋଲ୍‌ଡ ଡ୍ରିଙ୍କସର ଶରୀର ଉପରେ କୁପ୍ରଭାବକୁ ନେଇ ଆଲୋଚନା ହେଉଥିବା ବେଳେ ଏବେ ଏସବୁ ପାନୀୟ ପ୍ରତି ଆଗ୍ରହ ବଢିବାରେ ଲାଗିଛି।

publive-image Sambad

ଫ୍ରୁଟ ସାଲାଡ୍‌ :
କଦଳୀ, ତରଭୁଜ, ସପୁରୀ, ଅଙ୍ଗୁରୁ, କମଳା ଭଳି ଫଳକୁ କାଟି ଏକ ପ୍ଲେଟ୍‌ରେ ସଜାଇ ଏହା ସହ ଜଳଜିରା ଓ କଳାଲୁଣ ମିଶାଇ ଗ୍ରାହକଙ୍କୁ ଦିଆଯାଉଛି। ଏହାର ଦର ପ୍ଲେଟ ପିଛା ୨୦ ଟଙ୍କା ରହିଛି।
ପୁଦିନା ଲେମ୍ବୁ ରସ:
ଲେମ୍ବୁ ରସ, ପୁଦିନା ପତ୍ରର ରସ, କଞ୍ଚା ଆମ୍ବ ରସକୁ ମିଶାଇ ଏହି ପୁଦିନା ରସ ପ୍ରସ୍ତୁତ କରି ଏଥିରେ ଜଳଜିରା ଓ କଳା ଲୁଣ ପକାଇ ଲୋକଙ୍କୁ ପିଇବାକୁ ଦିଆଯାଏ। ଗ୍ଲାସ ପିଛା ଏହାର ଦର ୧୦ ଟଙ୍କା ରହିଛି।
ମିଶ୍ରି ପାଣି :
ମିଶ୍ରି ପାଣି ଓ ସିରାରେ ପ୍ରସ୍ତୁତ ହୋଇଥାଏ ମିଶ୍ରି ପାଣି। ଏହାର ଦର ଗ୍ଲାସ ପିଛା ୧୦ ଟଙ୍କା ରହିଛି।

ନଣ୍ଡାବଗୁଲି ରସ :
ନଣ୍ଡାବଗୁଳିକୁ ପାଣି ଓ ଫଳ ସହ ସିରା ମିଶାଇ ଏଥିରେ କଳା ଲୁଣ ପକାଇ ଗ୍ରାହକଙ୍କୁ ପିଇବାକୁ ଦିଆଯାଇଥାଏ। ଏହାର ଦର ମଧ୍ୟ ୧୦ ଟଙ୍କା ରହିଛି।
ବେଲ ପଣା :
ବେଲ ରସ ସହ ଆବଶ୍ୟକ ଅନୁଯାୟୀ ସିରା ଓ ବରଫ ପକାଇ ଏହା ଲୋକଙ୍କୁ ଦିଆଯାଇଥାଏ। ଏହାର ଦର ୪୦ ଟଙ୍କା ରହିଛି।
ପଇଡ ପାଣି ଓ ତରଭୁଜ :
ସହରର ପ୍ରତ୍ୟେକଟି ସ୍ଥାନରେ ଦେଖିବାକୁ ମିଳିଥାଏ ପଇଡ ଓ ତରଭୁଜ। ଏହା ଗୋପ, ପିପିଲି ଭଳି ଅଂଚଳରୁ ଆସୁଥିବାବେଳେ ପଇଡ ଦର ଗୋଟା ୨୫ ରୁ ୩୦ ଟଙ୍କା ଓ ତରଭୁଜ କିଲୋ ପିଛା ୨୫ ଟଙ୍କା ରହିଛି।

publive-image Sambad

କ’ଣ କୁହନ୍ତି ?

ବୋପାର ଉତ୍ସାହ ଜନକ, ଦିନକୁ ଶହେ ପଇଡ଼ ବିକୁଛି
ତରଭୁଜ ବେପାରୀ ସୁଶାନ୍ତ ଖୁଣ୍ଟିଆ କହିବା ଅନୁଯାୟୀ ଏବେ ତରଭୁଜର ଚାହିଦା ବଢିବାରେ ଲାଗିଛି। ଆଗକୁ ଭଲ ବେପାର ହେବ ବୋଲି ଆଶା କରାଯାଉଛି।
କଲେଜଛକର ବ୍ୟବସାୟୀ ଚନ୍ଦ୍ରମଣି ସାହୁ ଫ୍ରୁଟ୍ ସାଲାଡ ଓ ବେଲ ପଣା ବିକ୍ରି କରୁଥିବା ବେଳେ ଲୋକଙ୍କ ଏଥିପ୍ରତି ଆଗ୍ରହ ବଢୁଛି ବୋଲି କହିଛନ୍ତି।
ଖାନନଗର ପଇଡ଼ ବ୍ୟବସାୟୀ ମହେଶ୍ବର ବେହେରା କହିବା ଅନୁଯାୟୀ ଏବେ ସେ ହାରହାରି ଦିନକୁ ଶହେ ପଇଡ଼ ବିକ୍ରି କରୁଥିବା ବେଳେ ଆଗକୁ ଆହୁରି ବଢିବ ବୋଲି ଆଶା କରୁଛନ୍ତି।
ଦୋଳମୁଣ୍ଡାଇରେ ମିଶ୍ରି ଓ ନଣ୍ଡାବଗୁଲି ପାନୀୟ ବିକ୍ରି କରୁଥିବା ଗୌରାଙ୍ଗ ପାଲ କହିବା ଅନୁଯାୟୀ ଏଥିପ୍ରତି ଏବେ ଲୋକ ଅଧିକ ଆଗ୍ରହ ପ୍ରକାଶ କରିବା ସହିତ ଗ୍ରାହକଙ୍କ ସଂଖ୍ୟା ବି ବଢୁଛି।
ହାଇକୋର୍ଟ ଛକରେ ଦୋକାନ ଖୋଲିଥିବା ସେକ ମୁତାହିର କହିବା ଅନୁଯାୟୀ ଏବେ ଲୋକେ ପୁଦିନା ଓ ଲେମ୍ବୁ ପାଣି ପିଇବାକୁ ଅଧିକ ପସନ୍ଦ କରୁଛନ୍ତି।
ଦୋଳମୁଣ୍ଡାଇରେ ୨୫ ବର୍ଷ ହେଲା ଆଖୁ ରସ ବେପାର କରୁଥିବା ରବିନ୍ଦ୍ର ରାଉତଙ୍କ କହିବା ଅନୁଯାୟୀ ଏହି ଚାରି ମାସର ବେପାର ବର୍ଷକ ରୋଜଗାରକୁ ଭିଡି ନିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe