କଟକ: ମାଲଗୋଦାମ ଥାନା ଅଞ୍ଚଳରେ ଥିବା ଏକ ନକଲି ସସ୍ ଗୋଦାମରେ ପୁଲିସ ପକ୍ଷରୁ ଚଢାଉ କରାଯାଉଛି। ବହୁ ପରିମାଣର ନାମୀଦାମୀ ବ୍ରାଣ୍ଡର ସସ୍ ବୋତଲ ଜବତ କରାଯାଇଛି। ନକଲି ଗୋଦାମରୁ କେଉଁ କେଉଁ ଜାଗାକୁ ସସ୍ ସପ୍ଲାଏ କରାଯାଉଥିଲା, ସେନେଇ ଛାନଭିନ୍ ଆରମ୍ଭ କରିଛି ପୁଲିସ। ଏହି ସସ୍ ଗୁଡ଼ିକ ଅପମିଶ୍ରିତ ଓ ଏହାର ସାମ୍ପୁଲ ଟେଷ୍ଟ ପାଇଁ ପଠାଯିବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ।
ନକଲି ସସ୍ କାରଖାନା ଉପରେ ଚଢାଉ: ନାମୀଦାମୀ ବ୍ରାଣ୍ଡର ଶହ ଶହ ବୋତଲ ଜବତ, ୨ ଅଟକ
Advertisment
Follow Us