ଗେଟ୍ ବିବାଦକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଆମରଣ ଅନଶନ

Advertisment
ଗେଟ୍ ବିବାଦକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଆମରଣ ଅନଶନ

କଟକ: ଗେଟ୍ ବିବାଦକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆମରଣ ଅନଶନ କରିଛନ୍ତି। ଦୁଇ ନମ୍ବର ଗେଟ ଖୋଲିବା ଦାବିରେ ଗତକାଲି (ବୁଧବାର)ଠାରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ର। ଦାବି ପୂରଣ ନହେବା ଯାଏଁ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟରେ ମୋଟ ୪ଟି ଫାଟକ ରହିଥିଲା ବେଳେ ମୁଖ୍ୟ ଦୁଇ ନମ୍ବର ଫାଟକକୁ ବନ୍ଦ କରାଯାଇଥିବା ବେଳେ ଛତ୍ରବଜାର ନିକଟରେ ଥବା ୪ ନମ୍ବର ଫାଟକକୁ ଖୋଲିଛନ୍ତି କର୍ତ୍ତୃପକ୍ଷ। ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। କାରଣ ଛତ୍ରବଜାରକୁ ଭାରୀଯାନ ପ୍ରବେଶ କରୁଥିଲା ବେଳେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି। ଏହାଛଡ଼ା ମଦ ଦୋକାନ ରହିଛି। ଏହା ଦ୍ୱାରା ଛାତ୍ରୀମାନେ ସୁରକ୍ଷିତ ମନେ କରୁନାହାନ୍ତି। ତେବେ ଏହି ଦୁଇ ନମ୍ବର ଗେଟକୁ କାହିଁକି କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ଯେତେଦିନ ପର୍ଯ୍ୟନ୍ତ ଦୁଇ ନମ୍ବର ଗେଟ ବନ୍ଦ ରହିବ ସେତେଦିନ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବା ନେଇ ଆନ୍ଦୋଳନରତ ଛାତ୍ର। ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe