କଟକ: ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ରାଜ୍ୟର ୫ଜଣ ଡାକ୍ତରଙ୍କୁ ଆଇଏମ୍ଏ ନ୍ୟାସନାଲ ଆୱାର୍ଡ ପ୍ରଦାନ କରାଯାଇଛି। ସେଥିରେ ଏସ୍ସିବିର ନିଶ୍ଚେତକ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବାଶିଷ ସ୍ବାଇଁ, ବାୟୋକେମେଷ୍ଟ୍ରି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ରୋମା ରତନ୍ଙ୍କ ସମେତ ରାୟଗଡା ସିଡିଏମ୍ଓ ଆର୍ତ୍ତବନ୍ଧୁ ନାଏକ, ସୁନ୍ଦରଗଡ଼ ସିଡିଏମ୍ଓ ସରୋଜ କୁମାର ମିଶ୍ର ଓ ରାଉକେଲାର ମେଡିସିନ୍ ସ୍ପେସାଲିଷ୍ଟ ଡାକ୍ତର ଦୁର୍ଗେଶ କୁମାର ସଙ୍କୁ ଏହି ଆଇଏମ୍ଏ ନ୍ୟାସନାଲ ଆୱାର୍ଡ ପ୍ରଦାନ କରାଯାଇଥିଲା। କୋଭିଡ୍ ସମୟରେ ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ଉକ୍ତ ୫ଜଣ ଡାକ୍ତରଙ୍କୁ ଏହି ପୁରସ୍କାର ଦିଆଯାଇଥିବା ଆଇଏମ୍ଏର ରାଜ୍ୟ ଶାଖା ସଭାପତି ପ୍ରଫେସର ଡାକ୍ତର ନିବେଦିତା ପାଣି ସୂଚନା ଦେଇଛନ୍ତି।
ସେହିପରି ଆଇଏମ୍ଏପକ୍ଷରୁ ଚାଲିଥିବା ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ସଂପର୍କୀତ କର୍ମଶାଳା ଗତକାଲି ଉଦ୍ଯାପିତ ହୋଇଯାଇଛି। ଆଇଏମ୍ଏର ସଭାପତି ଡାକ୍ତର ପାଣି, ସଂପାଦକ ସଂପାଦକ ଡାକ୍ତର ବ୍ରଜ ଦାଶ, ମହିଳା ଶାଖା ସଂପାଦିକା ଡାକ୍ତର ରୀତାଞ୍ଜଳି ମିଶ୍ର ଏହାକୁ ପରିଚାଳନା କରିଥିଲେ। ଗର୍ଭବତୀ ମହିଳା କିପରି ଚିକିତ୍ସା ପାଇବେ ସେ ସଂପର୍କରେ ବିଶିଷ୍ଟ ସ୍ତ୍ରୀ ରୋଗ ପ୍ରସୂତି ବିଶେଷଜ୍ଞ ଡାକ୍ତର ଶ୍ୟାମା କାନନ୍ଗୋ, ଡାକ୍ତର ସସ୍ମିତା ସ୍ବାଇଁ, ଡକ୍ତର ସସ୍ମିତା ବେଉରିଆଙ୍କ ସମେତ ବହୁ ଡାକ୍ତର ଉକ୍ତ ୱେବିନାରରେ ଯୋଗଦେଇ ନିଜର ଅଭିଜ୍ଞତା ଓ ଚିକିତ୍ସା ସଂପର୍କରେ ମତ ରଖିଥିଲେ।