ଇଣ୍ଟରନ୍ୟାସ୍‌ନାଲ୍‌ ‌‌ଯୋଗ ପ୍ରତିଯୋଗିତାରେ ମଧୁସ୍ମିତାଙ୍କୁ ସ୍ବର୍ଣ୍ଣ ପଦକ

Advertisment
ଇଣ୍ଟରନ୍ୟାସ୍‌ନାଲ୍‌ ‌‌ଯୋଗ ପ୍ରତିଯୋଗିତାରେ ମଧୁସ୍ମିତାଙ୍କୁ ସ୍ବର୍ଣ୍ଣ ପଦକ

Sambad

କଟକ: ଅନ୍‌ଲାଇନ୍‌ରେ ଆୟୋଜିତ ଆନ୍ତର୍ଜାତିକ ଯୋଗ ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମଧୁସ୍ମିତା ସେନାପତି ସ୍ବର୍ଣ୍ଣ ପଦକ ଲାଭ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏପ୍ରିଲରେ ଇଣ୍ଟରନ୍ୟାସ୍‌ନାଲ ଯୋଗ ଅଲିମ୍ପିକ୍ କମିଟି ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତାରେ ୧୪ଟି ଦେଶର ୫ଶହରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ମଧୁସ୍ମିତା ଭାରତୀୟ ସିନିୟର ଦଳ ପକ୍ଷରୁ ଭାଗ ନେଇଥିଲେ। କରୋନା ପାଇଁ ଅନ୍‌ଲାଇନ୍‌ ଲାଇଭ୍‌ ଭିଡିଓରେ ଅନୁଷ୍ଠିତ ପ୍ରତିଯୋଗିତାରେ ମଧୁସ୍ମିତା ଚିତ୍ତାକର୍ଷକ ଯୋଗମୁଦ୍ରା ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।

କଟକ ବାସିନ୍ଦା ଗଦାଧର ସେନାପତି-ନୟନ ସେନାପତିଙ୍କ ଝିଅ ମଧୁସ୍ମିତା ୮ବ‌ର୍ଷ ଧରି ଗୁରୁ ଦେବାଶିଷ ହଲ୍‌ଦାରଙ୍କ ଠାରୁ ଯୋଗ ଶିକ୍ଷାଗ୍ରହଣ କରୁଥିଲେ। ସେ ଯୋଗ‌ରେ ପିଜି ଡିପ୍ଲୋମା କରିବା ସହିତ ଏବେ କିଟ୍ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଶ୍ରେଣୀର ପ୍ରଥମ ବର୍ଷ ଛାତ୍ରୀ। ସେ ଏମ୍‌ଏସ୍ ଲ’ କଲେଜରୁ ଏଲ୍‌ଏଲ୍‌ବି ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe