କଟକରେ ଇଣ୍ଡୋନେସୀୟ ରାଷ୍ଟ୍ରଦୂତ : ଓଡ଼ିଶା ଓ ଇଣ୍ଡୋନେସିଆ ସମ୍ପର୍କକୁ ମଜବୁତ କରିବାକୁ ଆଲୋଚନା

Advertisment
କଟକରେ ଇଣ୍ଡୋନେସୀୟ ରାଷ୍ଟ୍ରଦୂତ : ଓଡ଼ିଶା ଓ ଇଣ୍ଡୋନେସିଆ ସମ୍ପର୍କକୁ ମଜବୁତ କରିବାକୁ ଆଲୋଚନା

କଟକ: କଟକ ଗସ୍ତରେ ଆସିଛନ୍ତି ଇଣ୍ଡୋନେସିଆ ଆମ୍ବାସଡ଼ର ଇନା.ଏଚ କ୍ରିଷ୍ଣମୂର୍ତ୍ତି । ଓଡ଼ିଶା ଓ ଇଣ୍ଡୋନେସିଆ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ କଟକ ନୌବାଣିଜ୍ୟ ସଂଗ୍ରହାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ମ୍ୟୁଜିୟମରେ ଥିବା ଇଣ୍ଡୋନେସିଆ କୀର୍ତ୍ତି ସଂଗ୍ରହାଳୟ ଇନା.ଏଚ କ୍ରିଷ୍ଣମୂର୍ତ୍ତି ବୁଲି ‌ଦେଖିଛନ୍ତି। ୧୯୫୦ ମସିହା ପରଠୁ ଆଜି ପର୍ଯ୍ୟନ୍ତ ଆମ୍ବାସଡ଼ର ତାଲିକାରେ ପ୍ରଥମ ମହିଳା ଆମ୍ବାସଡ଼ର ହେଉଛନ୍ତି କ୍ରିଷ୍ଣମୂର୍ତ୍ତି। ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ତେବେ ବିଜୁବାବୁଙ୍କ ସମୟରୁ ଇଣ୍ଡୋନେସିଆ ସହ ଯେଉଁ ସମ୍ପର୍କ ରହିଛି ତାହାକୁ ଦ୍ଵିଗୁଣିତ କରିବା ପାଇଁ ସମୟ ଆସିଛି ବୋଲି କହିଛନ୍ତି ଆମ୍ବାସଡ଼ର। କାରଣ ଇତିହାସରେ ମଧ୍ୟ ଓଡ଼ିଶା ଓ ଇଣ୍ଡୋନେସିଆର ନାଁ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିଛି। କାରଣ ପୂର୍ବରୁ ଓଡ଼ିଆ ସାଧବ ପୁଅମାନେ ଇଣ୍ଡୋନେସିଆ ଗସ୍ତ କରି ସେଠାରେ ବାଣିଜ୍ୟ କାରବାର କରୁଥିଲେ। ଆଉ ବର୍ତ୍ତମାନ ସମୟର ସମ୍ପର୍କର ସେତୁ ବିକାଶ କରିବାର ସମୟ ଆସିଛି। ତେଣୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦିଗରେ ଯଥେଷ୍ଟ କାର୍ଯ୍ୟପନ୍ଥା ହାତକୁ ନେଇଛନ୍ତି ବୋଲି କହିଛନ୍ତି ସେ। ତେଣୁ ଏହି ଗସ୍ତ ନିଶ୍ଚୟ ସମ୍ପର୍କକୁ ମଜବୁତ କରିବ ବୋଲି ଆଶା ରଖିଛନ୍ତି ଆମ୍ବାସଡର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe