Building Collapsed: କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟଣା: ୨୪ଘଣ୍ଟାରେ ଯାଞ୍ଚ ରିପୋର୍ଟ ତଲବ

କଟକ ବକ୍ସିବଜାର ଅଞ୍ଚଳର ମଣିସାହୁ ଛକ ନିକଟରେ ଶନିବାର ଅପରାହ୍‌ଣଷର ଏକ ପୁରୁଣା କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ି ଗୋଟିଏ ପରିବାରର ୩ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ମନେ କରିଛି।

Untitled-23

Building collapsed in Cuttack. Photograph: (sambad.in)

କଟକ: ସ୍ଥାନୀୟ ବକ୍ସିବଜାର ଅଞ୍ଚଳର ମଣିସାହୁ ଛକ ନିକଟରେ ଶନିବାର ଅପରାହ୍‌ଣଷର ଏକ ପୁରୁଣା କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ି ଗୋଟିଏ ପରିବାରର ୩ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ମନେ କରିଛି। ଏହି ଦୁର୍ଘଟଣାରେ ଜଡିତ କୋଠାର ନିର୍ମାଣ ବୈଧତା ତଥା ଆବଶ୍ୟକୀୟ ଅନୁମତି ହାସଲ ବିଷୟରେ ଯାଞ୍ଚ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କଟକ ମହାନଗର ନିଗମର ଅତିରିକ୍ତ ଆଯୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ କମିଟି ଗଠନ କରିଛନ୍ତି ଯେଉଁଥିରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ମହାନଗର ନିଗମର ନଗର ଯନ୍ତ୍ରୀ, କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହକାରୀ ସହର ଯୋଜନାକାରୀ ଆଦି ସଭ୍ୟଭାବେ ରହିଛନ୍ତି।  

ଦୋଷୀଙ୍କୁ ମିଳିବ ଦଣ୍ଡ: ଜିଲ୍ଲାପାଳ

ଏହି କୋଠା ନିର୍ମାଣର ମୂଳ ଅନୁମତି କଟକ ଉନ୍ନୟନ କର୍ତ୍ତୃପକ୍ଷ ଦେଇଥିବାରୁ ଆବଶ୍ୟକୀୟ ଦସ୍ତାବିଜ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରୁ ହାସଲ କରାଯାଇ ଯାଞ୍ଚ କରାଯିବ। ଏହି ଯାଞ୍ଚ କମିଟି ସଂପୃକ୍ତ କୋଠାର ନିର୍ମାଣ ଜନିତ ଦୃଢତା ଏବଂ ସ୍ଥାୟିତ୍ୱକୁ ପରୀକ୍ଷା ନିରୀକ୍ଷା କରିବେ। ଏହି ଅଟ୍ଟାଳିକା ନିର୍ମାଣ ନିମନ୍ତେ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ହାସଲ କରାଯାଇଛି କି ନାହିଁ ଏବଂ ଅନୁମୋଦିତ ଯୋଜନା ତଥା ନିର୍ମାଣ ନିୟମାବଳୀ ଅନୁଯାୟୀ କରାଯାଇଛି କି ନାହିଁ ତାହା ମଧ୍ୟ କମିଟି ଯାଞ୍ଚ କରିବେ। ଏଥିରେ କୌଣସି ପ୍ରକାର ଅବହେଳା ବା ବିଚ୍ୟୁତି ପରିଲକ୍ଷିତ ହେଲେ ସଂପୃକ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ। ନିଷ୍କର୍ଷ ଏବଂ ସୁପାରିସ ସହ ଏକ ସଂପୂର୍ଣ୍ଣ ରିପୋର୍ଟ କଟକ ମହାନଗର ନିଗମ ଆଯୁକ୍ତ ଏବଂ କଟକ ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷଙ୍କ ମାଧ୍ୟମରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Nuapada Election: ପୂର୍ବରୁ ସରକାର, ଏବେ ପ୍ରାର୍ଥୀ ଚୋରି ହୋଇଛି: ଅଖିଳେଶ

ଚାପି ହୋଇଗଲେ ପରିବାର

ସୂଚନାଯୋଗ୍ୟ, ଗତକାଲି ଅପରାହ୍‌ଣ ୪ଟା ୪୫ରେ ମଣିସାହୁ ଛକ ନିକଟରେ ଥିବା ଏକ ଆପାଟ୍‌ମେଣ୍ଟର ଅଂଶବିଶେଷ ଭୁଶୁଡ଼ିଥିଲା। ଭୁଶୁଡ଼ିଥିବା ଛାତର ଅଂଶବିଶେଷ ନିକଟରେ ଥିବା ବସ୍ତିର ଘର ଉପରେ ପଡ଼ିଥିଲା। ଫଳରେ ଯେଉଁ ଛୋଟ ଘରେ ଅବଶେଷ ପଡ଼ିଥିଲା, ସେଠାରେ ଏକ ପରିବାର ରହୁଥିଲେ। ଦୁର୍ଘଟଣା ସଂପର୍କିତ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଥିଲେ। ଗୋଟିଏ ପରିବାରର ୫ଜଣଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବାପା, ପୁଅ ଓ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  

ଆହୁରି ପଢ଼ନ୍ତୁ: Winter Session: ଶୀତରେ ଥରୁଛି ମୈଦଲପୁର: ନିଆଁର ସାହାରା ନେଉଛନ୍ତି ଲୋକେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe