Sambad
କଟକ: ଆପଣ କଟକ ବଡ଼ ଡାକ୍ତରଖାନା ହୃଦ୍ରୋଗ ବିଭାଗରେ ଡାକ୍ତରଙ୍କୁ ଦେଖାଇବାକୁ ଆସୁଛନ୍ତି କି? ତା’ହେଲେ ଆପଣଙ୍କୁ ତଳେ ବସିବାକୁ ପଡ଼ିବ। ଯେଉଁମାନେ ତଳେ ବସିପାରିବେନି ସେମାନଙ୍କୁ ଛିଡ଼ା ହୋଇ ଅପେକ୍ଷା କରିବାକୁ ହେବ। ଏଠାରେ ଓପିଡିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ବସିବାକୁ ଚେୟାର୍ ଖଣ୍ଡିଏ ନାହିଁ। ଯିଏ ଚିକିତ୍ସା ପାଇଁ ଆସିବେ ସେ ତଳେ ବସିବେ। ସେ ତେଣିକି ଗୁରୁତର ରୋଗୀ ହୁ୍ଅନ୍ତୁ ପଛେ ତଳେ ବସିବାକୁ ବାଧ୍ୟ। ସରକାର ବିଶ୍ବସ୍ତରୀୟ ଏସ୍ସିବି ନିର୍ମାଣ କରୁଥିବାବେଳେ ଏସ୍ସିବି ହୃ୍ଦ୍ରୋଗ ବିଭାଗର ଏଭଳି ଅବସ୍ଥା ଏସ୍ସିବିର ପ୍ରକୃତ ଚିତ୍ର ଦର୍ଶାଉଛି।
Sambadଡାକ୍ତରଙ୍କୁ ଦେଖାଇବାକୁ ଆସୁଥିବା ରୋଗୀମାନେ ଏଠାରେ ପ୍ରତିଦିନ ଏମିତି ହନ୍ତସନ୍ତ ହେଉଛନ୍ତି। ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ସରକାରଙ୍କର କ’ଣ ରୋଗୀଙ୍କ ବସିବା ପାଇଁ ଚେୟାର ଖଣ୍ଡିଏ ବ୍ୟବସ୍ଥା କରିବାର ଶକ୍ତି ନାହିଁ କି?.. ବୋଲି ରୋଗୀମାନେ କଟାକ୍ଷ କରି ଅଭିଯୋଗ କରୁଛନ୍ତି।
Follow Us