ଜଗତପୁର ସୁନା ଦୋକାନ ଲୁଟ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ; ଅଳଙ୍କାର ସମେତ କାର ଓ ୪ଟି ମୋବାଇଲ ଫୋନ ଜବତ

ଜଗତପୁର ସୁନା ଦୋକାନ ଲୁଟ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ; ଅଳଙ୍କାର ସମେତ କାର ଓ ୪ଟି ମୋବାଇଲ ଫୋନ ଜବତ

Sambad

କଟକ: କଟକ ଜଗତପୁର ଆଇବି ରୋଡ଼୍‌ ସୁନା ଦୋକାନ ଲୁଟ୍‌ ଘଟଣା ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୁଲିସ। ଗତ ଡ଼ିସେମ୍ବର ୫ ୨୦୨୦ ତାରିଖ ବିଳମ୍ବିତ ରାତିରେ ଦୋକାନର କାନ୍ଥ ତାଡ଼ି ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ସମେତ ଟଙ୍କା, ଦୋକାନରେ ଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟ, ପେନ୍‌ଡ଼୍ରାଇଭ ଓ ସିସଟିଭି ଲୁଟି ନେଇଥିଲେ ଡକାୟତ । ଏ ନେଇ ଜଗତପୁର ଥାନାରେ ଅଭିଯୋଗ ହେବା ପରେ ଜଗତପୁର ଥ‌ାନା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତମାନେ ସୁନା ଓ ରୂପା ଅଳଙ୍କାର ବିକ୍ରି କରିଥିବା ସାମ୍ନାକୁ ଆସିଥିଲା। ପରେ ବିକ୍ରି କରାଯାଇଥିବା ଦୋକାନ ଉପରେ ଚଢ଼ାଉ କରି ସମସ୍ତ  ତଥ୍ୟ ହାସଲ କରି ଆଜି ଅପରାହ୍ନରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତ ତପନ କୁମାର ସେଠୀ, ଅମୁଲ୍ୟ କୁମାର ମହାନ୍ତି, ରମେଶ ଚନ୍ଦ୍ର ସେଠୀ, ତ୍ରିଲୋଚନ ସେଠୀ, ପ୍ରଫୁଲ୍ଲ କୁମାର ସାହୁଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଥିବା ବେଳେ ଚୋରି ହୋଇଥିବା ଅଳଙ୍କାର, ଗୋଟିଏ କାର, ବାଇକ, ୪ଟି ମୋବାଇଲ ଫୋନ, ଗ୍ୟାସ କଟର ଓ ସିଲିଣ୍ତର, ୧୨ ହଜାର ଟଙ୍କା ଜବତ କରିଥିବା ପୁଲିସ ପକ୍ଷରୁ ସୂଚନା ମଳିଛି। ଗତ ଡ଼ିସେମ୍ବର ୫ ତାରିଖ ବିଳମ୍ବିତ ରାତିରେ ଜଗତପୁର ଆଇବି ରୋଡ଼ ଠାରେ ବାସନ୍ତି ଦୁର୍ଗା ଜୁଏଲର୍ସ ନାମକ ଏକ ଅଳଙ୍କାର ଦୋକାନର କାନ୍ଥ ତାଡ଼ି ଦୁର୍ବୃତ୍ତମାନେ ଲୁଟିଥିଲେ ସୁନାଗହଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe