ଚାରିବର୍ଷ ହେଲା ସରୁନି ଜାଇକା କାମ, ସମସ୍ୟାରେ ଗଣ୍ଡରପୁର ଡିଏଭି ସ୍କୁଲ୍‌ ଛାତ୍ରଛାତ୍ରୀ, ଅଭିଭାବକ

Advertisment

ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

ଚାରିବର୍ଷ ହେଲା ସରୁନି ଜାଇକା କାମ, ସମସ୍ୟାରେ ଗଣ୍ଡରପୁର ଡିଏଭି ସ୍କୁଲ୍‌ ଛାତ୍ରଛାତ୍ରୀ, ଅଭିଭାବକ

Sambad

କଟକ-ମହାନଦୀ ବିହାର: ମହାନଗର ନିଗମର ୪୭ ନମ୍ୱର ୱାର୍ଡରେ ଥିବା ଗଣ୍ଡରପୁର ଡି ଏ ଭି ସ୍କୁଲ ରାସ୍ତା ଏବେ ମରଣଜନ୍ତା ପାଲଟିଛି। ସ୍କୁଲରୁ ଗଣ୍ଡରପୁର ତଥା ଜାତୀୟ ରାଜପଥ ଆଡକୁ ଯିବାକୁ ଥିବା ରାସ୍ତା ଏବେ ସଂପୂର୍ଣ୍ଣ ଭାବେ ଜାଇକା କବ୍‌ଜାରେ ରହିଛି। ଗଲା ପ୍ରାୟ ଚାରି ବର୍ଷ ହେବ ସେହି ରାସ୍ତାରେ ଜାଇକା କାମ କରୁଥିବା ବେଳେ ଏବେ କିଛି ମାସ ହେଲାଣି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରି ରଖିଛି। ଶିଖରପୁର, ଗଣ୍ଡରପୁର, ମହାନଦୀ ବିହାର, କଳେଜଛକ, ରାଣୀହାଟ, ମଙ୍ଗଳାବାଗ ପଟରୁ ଆସୁଥିବା ଛାତ୍ରଛାତ୍ରୀ ଏହି ରାସ୍ତା ଉପରେ ଯାତାୟାତ ପାଇଁ ନିର୍ଭର କରୁଥିବା ବେଳେ ଏବେ ଏହାର ଗୋଟିଏ ପଟ ଅଂଶକୁ ଖୋଲି ଦିଆଯାଇଛି। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଗୁରୁତରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। ଜଇକା ରାସ୍ତା ଖୋଳି ଦେଇଥିବା ଯୋଗୁଁ ଅଳ୍ପ ବର୍ଷାରେ ବି ଅଞ୍ଚଳରେ ପାଣି ଜମି ଯାଉଛି। ସ୍କୁଲ ନିକଟରେ ଥିବା ଏକ ପଡିଆରେ ଜାଇକା କର୍ତ୍ତୃପକ୍ଷ ଅତି ବିପଦସଂକୁଳ ଅବସ୍ଥାରେ ବଡ ବଡ ଲୁହା ରଡ୍‌, ଭଙ୍ଗା ଟିଣ, ଭଙ୍ଗା ରଡ ଭଳି ଆବର୍ଜନା ଜମା କରିଥିବା ବେଳେ ତାହା ଏବେ ବିପଦଶଙ୍କୁଳ ସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢୁଥିବା ବେଳେ ତୁରନ୍ତ କଟକ ମହାନଗର ନିଗମ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe