ସାଇବର ଅପରାଧୀଙ୍କ ପାଲରେ ଜେଲ୍‌ ଅଧିକାରୀ : ୧୦ ଲକ୍ଷ ଟଙ୍କା ନେଇଗଲେ

Advertisment

ଆମେରିକାରୁ କଲ୍‌;  କ୍ରାଇମ୍‌ବ୍ରାଞ୍ଚରେ ଏତଲା

ଆମେରିକାରୁ କଲ୍‌;  କ୍ରାଇମ୍‌ବ୍ରାଞ୍ଚରେ ଏତଲା

ବସ୍‌ ଓ ପେଟ୍ରୋଲ ପମ୍ପ୍‌ ମାଲିକଙ୍କୁ ଚୂନ ଲଗାଇଲା ସାଇବର ଠକ, କ୍ୟୁଆର୍‌ କୋଡ୍‌ ପଠାଇ ଲୁଟିଲା ୧.୨୩ ଲକ୍ଷ

କଟକ : ସାଇବର ଅପରାଧୀଙ୍କ ଫୋନ୍‌ କଲ୍‌ରେ ଫସିଗଲେ ଜେଲ୍‌ ବିଭାଗର ଜଣେ ମହିଳା ଅଧିକାରୀ। ଅପରାଧୀମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୦ ଲକ୍ଷ ଟଙ୍କା ପୋଛି ନେଇଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ମହିଳା ଅଫିସର ଆଜି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ।

ସୂଚନା ଅନୁଯାୟୀ, ଜେଲ୍‌ ବିଭାଗରେ କାର୍ଯ୍ୟ କରୁଥିବା ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ମିନତୀ ବିଶ୍ୱାଳଙ୍କୁ ସପ୍ତାହେ ପୂର୍ବେ ଏକ ଅଜଣା ନମ୍ବରୁ ଫୋନ୍‌ କଲ୍‌ ଆସିଥିଲା । ଉକ୍ତ ବ୍ୟକ୍ତି ଜଣକ ଆମେରିକାରୁ ଫୋନ କରିଥିବା ସମ୍ପୃକ୍ତ ମହିଳା ଅଫିସରଙ୍କୁ କହିଥିଲେ । ଅଫିସରଙ୍କ ନାମରେ ଏକ କୋଟିଏ ଟଙ୍କାର ଗିଫ୍ଟ ଆସିଥିବା କହିଥିଲେ । ଉକ୍ତ ଗିଫ୍ଟ କୋରିଅର୍‌ ମାଧ୍ୟମରେ ତାଙ୍କ ଠିକଣା ପଠାଇବାକୁ ହେଲେ ୧୦ ଲକ୍ଷ ଟଙ୍କା ନିର୍ଦ୍ଦିଷ୍ଟ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ । ଏହି ପାର୍ସଲ ନରଖିଲେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିବ ବୋଲି ଭୟ ଦେଖାଇଥିଲେ ।

ଏଭଳି ମିଛ ସତ କହି ଭୂଆଁ ବୁଲାଇଥିଲେ ଫୋନ୍‌ କରିଥିବା ସାଇବର୍‌ ଅପରାଧୀ ଜଣକ। ସାଇବର ଅପରାଧୀଙ୍କ ଏ ପ୍ରକାର ଚତୁରତା ବୁଝି ପାରିନଥିଲେ ମହିଳା ଅଫିସର। ଏଭଳି କଥାରେ ଏକ ପ୍ରକାର ଫସି ଯାଇଥିଲେ । ଦିନେ ଦୁଇ ଦିନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ସମ୍ପୃକ୍ତ ଆକାଉଣ୍ଟରେ ବ୍ୟାଙ୍କ ଆର୍‌ଟିଜିଏସ୍‌ ମାଧ୍ୟମରେ ପଠାଇଥିଲେ। ଟଙ୍କା ପାଇବା ପରେ ଆମେରିକାରୁ ଫୋନ୍‌ କରିଥିବା ଉକ୍ତ ବ୍ୟକ୍ତି ଜଣକ ସହିତ ଆଉ ଯୋଗାଯୋଗ ହୋଇପାରି ନଥିଲା। ଫଳରେ ସେ ସାଇବର ଅପରାଧୀଙ୍କ ପାଲରେ ପଡ଼ିଯାଇଥିବା ଅନୁଭବ କରିଥିଲେ। ଟଙ୍କା ଜମା ହୋଇଥିବା ବ୍ୟାଙ୍କ ଆଉକଣ୍ଟ ମଧ୍ୟ ଜାଲ୍‌ ବୋଲି ଜଣାପଡ଼ିଥିଲା। ଏଭଳି ଘଟଣାରେ ସେ ହତାଶ ହୋଇ ଆଜି କ୍ରାଇମ୍‌ବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ସମାନ ଧରଣର ଅଭିଯୋଗ କ୍ରାଇମ୍‌ବ୍ରାଞ୍ଚରେ ହୋଇଥିଲା। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳା ପ୍ରଫେସର ୨୦୧୭ ମସିହାରେ ଏଭଳି ଫସିଥିଲେ। ସେ ଲଣ୍ଡନର ଜଣେ ଯୁବକଙ୍କ ସହିତ ଫେସ୍‌ବୁକରେ ବନ୍ଧୁତା ଯୋଡ଼ିଥିଲେ । ମହିଳାଙ୍କ ନିକଟକୁ ସୁନା ପାର୍ସଲ କରିଥିବା କହିଥିଲେ। ଦିନେ ସମ୍ପୃକ୍ତ ମହିଳାଙ୍କ ମୋବାଇଲ୍‌କୁ ଜଣେ ବ୍ୟକ୍ତି ଭୁବନେଶ୍ୱର ଏୟାର ପୋର୍ଟରୁ ଫୋନ୍‌ କରିଥିବା କହିଥିଲେ । ସୁନା ଆସିଥିବା ପାର୍ସଲ ବାବଦ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଜମା କରିବାକୁ କହିବାରୁ ମହିଳା ଜଣକ ସେହି ଅନୁଯାୟୀ ଟଙ୍କା ଜମା କରି ଠକାମୀରେ ପଡିଥିବା ସଂପର୍କରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe