ତାରା ବାହିନୀପତିଙ୍କ ପିଟିସନ୍‌ ଖାରଜ

ଜୟପୁର ନିର୍ବାଚନୀ ମାମଲା

କମିଟି ଗଠନ ପରେ କଂଗ୍ରେସରେ କନ୍ଦଳ

କଟକ : ଜୟପୁର ବିଧାନସଭା ଆସନକୁ ନେଇ ରୁଜୁ ମାମଲାରେ ପ୍ରତିପକ୍ଷ ତଥା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପକ୍ଷରୁ ଦାୟର ମିସ୍‌ କେସ୍‌ ଖାରଜ ହୋଇଛି। ପରାଜିତ ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦଙ୍କ ପକ୍ଷରୁ ରୁଜୁ ନିର୍ବାଚନୀ ମାମଲା ବିଚାର ଯୋଗ୍ୟ ନୁହେଁ ଦର୍ଶାଇ ବିଧାୟକ ଶ୍ରୀ ବାହିନୀପତି ସିପିସିର ଅର୍ଡର-୬ ରୁଲ୍‌-୧୬ ଓ ଅର୍ଡର-୭ ରୁଲ୍‌୍‌୍‌-୧୧ ଅନୁଯାୟୀ ପିଟିସନ୍‌ ଦାଖଲ କରିଥିଲେ। ଜଷ୍ଟିସ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଧାୟକଙ୍କ ପିଟିସନ୍‌ ଉପରେ ଶୁଣାଣି କରି ରାୟ ସଂରକ୍ଷିିତ ରଖିଥିଲେ। ଆଜି ସେହି ମାମଲାର ରାୟ ପ୍ରକାଶ ପାଇଛି।

ଏବେ ହାଇକୋର୍ଟରେ ବିଧାୟକଙ୍କ ବିରୋଧରେ ନିର୍ବାଚନୀ ମାମଲାର ଶୁଣାଣି ଚାଲିବ। ଏହି ମାମଲାରେ ଆବେଦନକାରୀ ଓ ବିଧାୟକଙ୍କ ପକ୍ଷରୁ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ଅକ୍ଟୋବର ୧୧ ତାରିଖରୁ ଯୁକ୍ତି ଉପସ୍ଥାପନ ଆରମ୍ଭ ହେବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ନନ୍ଦଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ତରଣୀକାନ୍ତ ବିଶ୍ୱାଳ ମାମଲା ପରିଚାଳନା କରୁଛନ୍ତି। ସୂଚନା ଯୋଗ୍ୟ, ପ୍ରାର୍ଥୀପତ୍ର ଦାଖଲ ବେଳେ ଶ୍ରୀ ବାହିନୀପତି ସତ୍ୟପାଠରେ କେତେକ ତଥ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି ପରାଜିତ ପ୍ରାର୍ଥୀ ଶ୍ରୀ ନନ୍ଦ। ଏଥି ସହିତ ୨୦୧୪ ଜୟପୁର ବିଧାନସଭା ନିର୍ବାଚନ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ଶ୍ରୀ ନନ୍ଦ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe