ତାଇକୋଣ୍ତୋ ପ୍ରତିଯୋଗିତାରେ ଜ୍ୟୋତିସାଇଙ୍କ କୃତିତ୍ବ , ଅନ୍ତର୍ଜାତୀୟସ୍ତରରେ ପାଇଛନ୍ତି ସ୍ବର୍ଣ୍ଣ ପଦକ

Advertisment
ତାଇକୋଣ୍ତୋ ପ୍ରତିଯୋଗିତାରେ ଜ୍ୟୋତିସାଇଙ୍କ କୃତିତ୍ବ , ଅନ୍ତର୍ଜାତୀୟସ୍ତରରେ ପାଇଛନ୍ତି ସ୍ବର୍ଣ୍ଣ ପଦକ

Sambad

କଟକ: କଟକର ଜ୍ୟୋତିସାଇ କର ତାଇକୋଣ୍ତୋରେ କୃତିତ୍ବ ଅର୍ଜନ କରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ସଫଳତା ଅର୍ଜନ କରିଛନ୍ତି। ପାଠପଢ଼ା ସହ ତାଇକୋ‌ଣ୍ତୋ ପାଇଁ ପ୍ରତି ଦିନ ୨ରୁ ୩ ଘଣ୍ଟା ସମୟ ଅଭ୍ୟାସ କରିଥାନ୍ତି ସେ। କଟକ ସିଡ଼ିଏ ସେକ୍ଟର-୬ ଠ‌ାରେ ବାସ କରୁଥିବା ବସନ୍ତ କୁମାର କର ଓ ଶୁଧାଂଶୁବାଳା ଶତପଥୀଙ୍କ ଝିଅ ଜ୍ୟୋତିସାଇ(୧୬)। ସିଡ଼ିଏ ଡ଼ିଏଭି ସ୍କୁଲର ଏକାଦଶ ଶ୍ରେଣୀର ବିଜ୍ଞାନ ଛାତ୍ରୀ। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୯୪ ପ୍ରତିଶତ ମାର୍କ ରଖିଥିବା ଜ୍ୟୋତିସାଇଙ୍କ ରୁଚି ରହିଛି ତାଇକୋଣ୍ତୋରେ। ଆଜିକୁ ୭ ବର୍ଷ ହେବ ଟ୍ରେନର ସୁଦିପ୍ତା ନନ୍ଦଙ୍କଠାରୁ ତାଇକୋଣ୍ତୋ ଶିଖି ଆସୁଥିବାବେଳେ ଜିଲ୍ଲା, ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତ‌ାରେ ଭାଗ ନେଇ ସ୍ବର୍ଣ୍ଣ ଓ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ସେ।

ଏପରିକି ୨୦୨୦ରେ ଆମେରିକାରେ ଅନୁଷ୍ଠିତ ଡ଼୍ୟ‌ାଡ଼ୋ ଓପନ ଚାମ୍ପିଅନସିପରେ ଭାଗ ନେଇଥିବାବେଳେ ପ୍ରତିଯୋଗୀଙ୍କୁ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଓଡ଼ିଶାରୁ ୧୪ ଜଣ ଖେଳାଳୀ ଭାଗ ନେଇଥିବାବେଳେ ପ୍ରତିଯୋଗୀଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଜ୍ୟୋତିସାଇ କୁହନ୍ତି, ସମସ୍ତେ ତାଇକୋଣ୍ତୋ ଶିଖିବା ଆବଶ୍ୟକ। ଏଥିରେ ଏକ ପ୍ରକାରର ଆତ୍ମସୁରକ୍ଷା କରିବାର ପ୍ରଣାଳୀ ରହିଛି। ପ୍ରତି ଦିନ ଅଭ୍ୟାସ କରିଥାଏ। ଆଗାମୀ ଦିନରେ ମଧ୍ୟ ପାଠପଢ଼ା ସହ ଏହାକୁ ଜାରି ରଖି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବି। ପାଠପଢ଼ି ଡ଼ାକ୍ତର ହେବା ସହ ଜଣେ ଭଲ ତା‌ଇକୋଣ୍ତୋ ଖେଳାଳୀ ହେବା ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe