Republic Day: କଳା ବିକାଶ କେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ପାଳିତ

Advertisment

କଳା ବିକାଶ କେନ୍ଦ୍ର, କଟକ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରର ସଭାପତି ପ୍ରଫେସର ବିଜୟାନନ୍ଦ ସିଂହ ଜାତୀୟ ପତାକା ଉତ୍ତୋଳନ କରି କହିଥିଲେ ଯେ ଭାରତ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର।

କଳା ବିକାଶ କେନ୍ଦ୍ର, କଟକ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରର ସଭାପତି ପ୍ରଫେସର ବିଜୟାନନ୍ଦ ସିଂହ ଜାତୀୟ ପତାକା ଉତ୍ତୋଳନ କରି କହିଥିଲେ ଯେ ଭାରତ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର।

IMG-20260126-WA0000 (1)

କଟକ: କଳା ବିକାଶ କେନ୍ଦ୍ର, କଟକ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରର ସଭାପତି ପ୍ରଫେସର ବିଜୟାନନ୍ଦ ସିଂହ ଜାତୀୟ ପତାକା ଉତ୍ତୋଳନ କରି କହିଥିଲେ ଯେ ଭାରତ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ସମସ୍ତ ବିବିଧତା ମଧ୍ୟରେ ଏକତା ହେଉଛି ଭାରତବର୍ଷର ପରିଚୟ। ଭାରତର ନାଗରିକମାନେ ଏହି ଦେଶରେ ସୁଖ ଓ ଶାନ୍ତିର ସହ ବସବାସ କରି ଗୌରବାନ୍ୱିତ। ଦେଶର ନାଗରିକମାନେ ମୌଳିକ ଅଧିକାରକୁ ଗୁରୁତ୍ୱ ଦେବା ସହ ମୌଳିକ କତ୍ତବ୍ୟ ପାଳନ ପାଇଁ ସଚେତନ ହେବା ଏକାନ୍ତ ଆବଶ୍ୟକ। କେନ୍ଦ୍ରର ପ୍ରଶାସନିକ ଅଧିକାରୀ ରବୀନ୍ଦ୍ରନାଥ ଜଟ ଧନ୍ୟବାଦ ଅର୍ପଣ କରିବା ସହିତ ଗଣତନ୍ତ୍ର ଦିବସର ମହତ୍ୱକୁ ନେଇ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଥିଲେ। ଏହି ଉତ୍ସବ ପରିଚାଳନାରେ ବ୍ରହ୍ମାନନ୍ଦ ମହାନ୍ତି, ମିନା ମହାନ୍ତ, ଶଙ୍କର ସ୍ବାଇଁ ଏବଂ ଅନ୍ୟ ସହଯୋଗୀମାନେ ସହଯୋଗ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମକତ୍ତାମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe