କଳାହାଣ୍ତି କପ୍‌: କେନ୍ଦ୍ରାପଡ଼ା, କନ୍ଧମାଳ, ନୂଆପଡ଼ା ବିଜୟୀ

Advertisment
କଳାହାଣ୍ତି କପ୍‌: ନବରଙ୍ଗପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା, ବଲାଙ୍ଗୀର, ପୁରୀ ବିଜୟୀ

କଟକ: କଳାହାଣ୍ତି କପ୍‌ରେ ସୋମବାର କେନ୍ଦ୍ରାପଡ଼ା, କନ୍ଧମାଳ ଓ ନୂଆପଡ଼ା ବିଜୟୀ ହୋଇଛନ୍ତି। ସନ୍‌ସାଇନ୍‌ ପଡ଼ିଆରେ କେନ୍ଦ୍ରାପଡ଼ା ୧୧୧ ରନ୍‌ରେ ନବରଙ୍ଗପୁରକୁ ପରାସ୍ତ କରିଛି। ଟସ୍‌ ଜିତି ନବରଙ୍ଗପୁର ବୋଲି˚ କରିଥିଲା ବେଳେ କେନ୍ଦ୍ରାପଡ଼ା ୬ ଵିକେଟ ବିନିମୟରେ ୩୨୧ ରନ୍‌ ସ˚ଗ୍ରହ କରିଥିଲା। ରିତେଶ ପାଣ୍ତେ ଅପରାଜିତ ୧୦୩*ରନ୍‌ କରିଥିଲା ବେଳେ ରୋହିତ ଗାହାଣ ୭୭ ରନ୍‌ର ଅର୍ଧଶତକୀୟ ପାଳି ଖେଳିଥିଲେ। ନବରଙ୍ଗପୁର ଏହାକୁ ପିଛା କରିବାକୁ ଯାଇ ୨୧୦ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ସୁକେଶ ହୀରା ୬୭ ରନ୍‌ର ପାଳି ଖେଳିଥିଲେ ହେଁ ଦଳକୁ ଜିତାଇ ପାରିନଥିଲେ। ବିଜୟୀ ଦଳର ଅମିତ ପାତ୍ର ୩, ସଞ୍ଜୀବ ସାହୁ ଓ ଦୀପ୍ତି ବିହାରୀ ୨ଵିକେଟ ଲେଖାଏଁ ଅକ୍ତିଆର କରିଥିଲେ।

ଡ୍ରିମ୍ସ ଷ୍ଟାଡିୟମରେ କନ୍ଧମାଳ ୨ ଵିକେଟ୍‌ରେ ଗଜପତିକୁ ହରାଇଛି। କନ୍ଧମାଳ ଟସ୍‌ ଜିତି ବୋଲି˚ କରିଥିଲା। ବିନାୟକ ସାହୁଙ୍କ ୬୪ ରନ୍‌ ସହାୟତାରେ ଗଜପତି ସମସ୍ତ ଵିକେଟ ହରାଇ ୨୩୮ ରନ୍‌ ସ˚ଗ୍ରହ କରିଥିଲା। ତେବେ ଦ୍ବିତୀୟ ପାଳି ୪୬ ଓଭରକୁ ହ୍ରାସ କରାଯାଇ ୨୩୨ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ କନ୍ଧମାଳ ୪୪.୪ ଓଭର ବେଳକୁ ୮ ଵିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କରିପାରିଥିଲା। ସୁକୁମାର ତ୍ରିପାଠୀ ୫୦ ରନ୍‌ର ପାଳି ଖେଳି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ରେଭେନ୍ସା ପଡ଼ିଆରେ ନୂଆପଡ଼ା ୮ ରନ୍‌ରେ ପାରାଦ୍ବୀପକୁ ହରାଇଛି। ନୂଆପଡ଼ା ଟସ୍‌ ଜିତି ବ୍ୟାଟି˚ କରିଥିଲା ବେଳେ ୧୮୬ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ପ୍ରୟାସ ସି˚ହ ୮୩ ରନ୍‌ କରିଥିଲା ବେଳେ ପାରାଦୀପର ପ୍ରଦୀପ୍ତ ଖଟୁଆ ୫ ଵିକେଟ ସଫଳତା ପାଇଥିଲେ। ତେବେ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାରାଦ୍ବୀପ ୧୭୮ ରନ୍‌ରେ ସୀମିତ ରହିଥିଲା। ଅଶ୍ବିନ ଖଟେଇ ଦଳ ପାଇଁ ୫୮ ରନ୍‌ ସ˚ଗ୍ରହ କରିଥିଲେ। ପ୍ରୟାସ ସି˚ହ ଅଲରାଉଣ୍ତ ପ୍ରଦର୍ଶନ କରି ୫ ଵିକେଟ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe