ବିଦ୍ୟାଧରପୁର ପ୍ରସିଦ୍ଧ କାଳୀପୂଜା ମେଳଣ, ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ସଭା; ଆଜି ଭସାଣି

Advertisment
ବିଦ୍ୟାଧରପୁର ପ୍ରସିଦ୍ଧ କାଳୀପୂଜା ମେଳଣ, ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ସଭା; ଆଜି ଭସାଣି

Sambad

କଟକ: ବିଦ୍ୟାଧରପୁର ପ୍ରସିଦ୍ଧ କାଳୀପୂଜା ମେଲଣ ଯାତ୍ରା ଧୁମଧାମରେ ଆରମ୍ଭ ହୋଇଛି। ସାହିର ୨୮ଟି ମଣ୍ଡପରେ ପୂଜା ପାଉଥିବା ବିଭିନ୍ନ ଦେବାଦେବୀ ଶୋଭାଯାତ୍ରାରେ ସାହି ପରିକ୍ରମା କରି ମେଲଣ ପଡ଼ିଆରେ ଏକତ୍ରିତ ହୋଇଛନ୍ତି। ଆସନ୍ତାକାଲି ସକାଳ ୭ଟା ବେଳେ ସବୁ ମେଢର ବାଜା ବାଜି କାଳୀଙ୍କୁ ବିସର୍ଜନ କରାଯିବା ପରେ ଅନ୍ୟ ଦେବାଦେବୀଙ୍କୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ ବୋଲି ପୂଜା କମିଟି ସୂଚନା ଦେଇଛନ୍ତି। ଏହି ଉପଲକ୍ଷେ ଆଜି ଦୋଳମଣ୍ଡପ ଛକରେ ପୂଜା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ବିଭିନ୍ନ ମଣ୍ଡପର ସଭାପତି ଓ ସଂପାଦକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲେ।

କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ଚୈଦ୍ବାର-କଟକ ବିଧାୟକ ସୈାଭିକ ବିଶ୍ବାଳ, ଡେପୁଟି ମେୟର ଦମୟନ୍ତୀ ମାଝୀ, କଟକ ଡିସିପି ପିନାକ ମିଶ୍ର, ବିଶିଷ୍ଟ ଶିଳ୍ପପତି ଶରତ ସାହୁ, ଏସିପି ଅରୁଣ କୁମାର ସ୍ବାଇଁ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରି ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଂପାଦକ ପ୍ରଫୁଲ୍ଲ ସାହୁ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ୫୫ ନମ୍ବର ୱାର୍ଡ କର୍ପୋରେଟର ବିଶ୍ବବନ୍ଦିତା ପଣ୍ଡା, ୫୪ ନମ୍ବର ୱାର୍ଡ କର୍ପୋରେଟର ତାପସ ସାମନ୍ତରାୟ, କର୍ପୋରେଟର ମିନା ସାହୁ, କର୍ପୋରେଟର ଗଗନ ଓଝା, ନୂଆ ବଜାର ପୂଜା କମିଟି ସଂପାଦକ ଉମେଶ ସାହୁ, କହ୍ନେଇପୁର ପୂଜା କମିଟି ସଭାପତି ସନାତନ ପଣ୍ଡା, ସଂପାଦକ ବେଣୁଧର ପଣ୍ଡା, ଆଧ୍ୟାତ୍ମିକ ଗୁରୁ ବାବା ଆର୍ତ୍ତତ୍ରାଣ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଧରପୁର ପୂଜା କମିଟି ସଭାପତି ନୃସିଂହ ଚରଣ ସାହୁ, ସଂପାଦକ ଶରତ ପଣ୍ଡା, ଉପସଭାପତି ରାଜେନ୍ଦ୍ର କୁମାର ଚୌଧୁରୀ, ନଗେନ ମହାରଣା, ସହ ସଂପାଦକ କାହ୍ନୁ ଚରଣ ସ୍ବାଇଁ, ସଂଗଠନ ସଂପାଦକ ପ୍ରଭାକର ନନ୍ଦ, ଦେବଦତ୍ତ ପଣ୍ଡା, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରା, ଦିଲ୍ଲୀପ କୁମାର ମହାରଣା, ଧିରେନ୍ଦ୍ର ନାଥ ପଣ୍ଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ନଗେନ ମହାରଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe