କଟକରେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ହେବ କାଳୀ ପୂଜା; ଅସ୍ଥାୟୀ ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ : ଡିସିପି ପ୍ରତୀକ ସିଂହ

Advertisment

ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ ଓ ୫୦ ଅଫିସର

ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ ଓ ୫୦ ଅଫିସର

କଟକରେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ହେବ କାଳୀ ପୂଜା; ଅସ୍ଥାୟୀ ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ : ଡିସିପି ପ୍ରତୀକ ସିଂହ

Sambad

କଟକ: କଟକରେ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ପାଳନ ହେବ କାଳୀ ପୂଜା। ୪ ଫୁଟ୍‌ର ମୂର୍ତ୍ତି ହେବା ସହ  ୧୫ ପ୍ଲାଟୁନ୍‌ ଫୋର୍ସ ଓ ୫୦ ଅଫିସର ଆଇନ ଶୃଙ୍ଖଳା ତଦାରଖରେ ମୁତୟନ ହେବେ । ଏହାସହ ଅସ୍ଥାୟୀ ବାଣ ଦୋକାନୀଙ୍କୁ ଲାଇସେନ୍ସ ମିଳିବ ବୋଲି କଟକ ଡ଼ିସିପି ପ୍ରତୀପ ସିଂହ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ସହରରେ କୋଭିଡ଼ ସ୍ଥିତିକୁ ନଜରରେ ରଖି ଦୂର୍ଗା ପୂଜା ଭଳି ଚଳିତବର୍ଷ କାଳୀପୂଜା ମଧ୍ୟ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହେବ ।

ପୂଜା କମିଟିର ସାତ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ। ଏହାସହ ଭସାଣୀ ପାଇଁ ଅସ୍ଥାୟୀ ପୋଖରୀ ଭିନ୍ନ ଭିନ୍ନ ସ୍ଥାନରେ ନିର୍ମାଣ କରାଯିବ, ଯେଉଁଠି  ମୂର୍ତ୍ତି ବିସର୍ଜନ ହେବ। ପୂଜା ସମୟରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଓ  ୫୦ ଅଫିସରଙ୍କୁ  ମୁତୟନ କରାଯିବ।  ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଅସ୍ଥାୟୀ ବାଣ ଦୋକାନୀମାନଙ୍କୁ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଡ଼ିସିପି ପ୍ରତୀକ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe