ଅଧାପନ୍ତରିଆ କାଳିଆବୁଦା-ନୂଆ ବଜାର ରାସ୍ତା

Advertisment

ସରକାରୀ ରେକର୍ଡରେ ସଂପୂର୍ଣ୍ଣ; କେଉଁଠି ପିଚୁ ନାହିଁ ତ କେଉଁଠି ଖାଲଖମା

ସରକାରୀ ରେକର୍ଡରେ ସଂପୂର୍ଣ୍ଣ; କେଉଁଠି ପିଚୁ ନାହିଁ ତ କେଉଁଠି ଖାଲଖମା

ଅଧାପନ୍ତରିଆ କାଳିଆବୁଦା-ନୂଆ ବଜାର ରାସ୍ତା

Sambad

ବିଦ୍ୟାଧରପୁର: ଶିଖରପୁର କାଳିଆ ବୁଦାଠାରୁ ନୂଆ ବଜାର ଛକ ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତାର ଚାରି ଲେନ୍ କାର୍ଯ୍ୟ ଏଯାଏ ସଂପୂର୍ଣ୍ଣ ହୋଇପାରୁ ନାହିଁ। ଗୋଟିଏ ପଟେ କାମର ମାନକୁ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ କରିଥିବା ବେଳେ ଅନ୍ୟପଟେ ଅନନ୍ତ ବିହାର ଜଗନ୍ନାଥ ରୋଡ୍ ବସ୍ତି ନିକଟରେ ରାସ୍ତାରେ ପିଚୁ ନ ପକାଇ କାମ ଅଧା ଛାଡି ଦେଇଛନ୍ତି ଠିକାଦାର। ଏଭଳି ଅଧାପନ୍ତରିଆ ରାସ୍ତା ବର୍ଷେ ନପୂରୁଣୁ ଅନେକ ସ୍ଥାନରେ ଖାଲଖମା ହେଲାଣି। ଗତବର୍ଷ ଆର୍ ଆଣ୍ଡ ବି ୨ ତତ୍ତ୍ଵାବଧାନରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି କୁହାଯାଉଥିଲେ ବି ରାସ୍ତାର ସ୍ଥିତି ଏଭଳି ଶୋଚନୀୟ ସ୍ଥିତିରେ ରହିଛି। ଜେଇ ଅରବିନ୍ଦ ସ୍ବାଇଁ କହିବା ଅନୁଯାୟୀ ଏହି ରାସ୍ତାରେ ଖର୍ଚ୍ଚ ହୋଇଛି ୬ କୋଟି ୮୭ ଲକ୍ଷ ଟଙ୍କା। କିନ୍ତୁ ରାସ୍ତାର ଏଭଳି ସ୍ଥିତିକୁ ନେଇ ସେ ଜାଇକାକୁ ଦୋଷ ଦେଇଛନ୍ତି। କିନ୍ତୁ ରାସ୍ତାର ମାନକୁ ନେଇ ଅଭିଯୋଗ ହେବା ପରେ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ଆର୍ ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀ ଏସଡିଓଙ୍କୁ ତାଗିଦ କରି ରାସ୍ତା ସମତୁଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି ବୋଲି ଅଭିଯୋଗ ହୋଇଛି।

ଅନ୍ୟପଟେ ଏହି କାର୍ଯ୍ୟ ବିବିସି ନାମକ ‌‌ସ°ସ୍ଥା କରିଛି ଓ ରାସ୍ତା ଖୁବଶୀଘ୍ର ମରାମତି ହେବ ବୋଲି ଜେଇ ଅରବିନ୍ଦ ସ୍ବାଇଁ କହିଛନ୍ତି। ଅନ୍ୟପଟେ ଯନ୍ତ୍ରୀ-ଠିକାଦାର ସଲାସୁତରାରେ ଏଭଳି ନିମ୍ନମାନର କାମ ହୋଇଛି ବୋଲି ଅଭିଯୋଗ କରିଛନ୍ତି ପୋତାପୋଖରୀ ପଇସା ପୂଜା କମିଟି ସଭାପତି ରମେଶ ଚନ୍ଦ୍ର କର। ସେହିପରି  ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତାରେଣିଆ କହିଛନ୍ତି ଯେ ଏଭଳି ନିମ୍ନମାନର କାମ ଜଳଜଳ ହୋଇ ସମସ୍ତଙ୍କ ସାମନାରେ ଥିବା ବେଳେ ଭିଜିଲାନ୍ସ କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନ ନେବା ପରୋକ୍ଷରେ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe