ରଶ୍ମିରଞ୍ଜନ ରାୟଙ୍କୁ କଳିଙ୍ଗ ଭାରତୀ ଓ ହରିଶ୍ଚନ୍ଦ୍ର ବେହେରାଙ୍କୁ ବିଚ୍ଛନ୍ଦ ଚରଣ ସ୍ମୃତି ସମ୍ମାନ

Advertisment

୭୮ତମ ଭଞ୍ଜ ଜୟନ୍ତୀ ସପ୍ତାହ ଉଦ୍‌ଯାପିତ

୭୮ତମ ଭଞ୍ଜ ଜୟନ୍ତୀ ସପ୍ତାହ ଉଦ୍‌ଯାପିତ

ରଶ୍ମିରଞ୍ଜନ ରାୟଙ୍କୁ କଳିଙ୍ଗ ଭାରତୀ ଓ ହରିଶ୍ଚନ୍ଦ୍ର ବେହେରାଙ୍କୁ ବିଚ୍ଛନ୍ଦ ଚରଣ ସ୍ମୃତି ସମ୍ମାନ

କଟକ: ମିସନ୍‌ ରୋଡ୍‌ ଭଞ୍ଜ ମଣ୍ଡପରେ ସପ୍ତାହେ ଧରି ଚାଲିଥିବା ୭୮ତମ ଭଞ୍ଜ ଜୟନ୍ତୀ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି। ‘କଳିଙ୍ଗ ଭାରତୀ ପକ୍ଷରୁ ସଭାପତି ଇଞ୍ଜିନିୟର ଚନ୍ଦ୍ରଶେଖର ନନ୍ଦ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଷ୍ଟିସ୍ ଅରୁଣ କୁମାର ପରିଚ୍ଛା ମାତୃଭାଷାକୁ ଭଲ ପାଇବା ଜାତୀୟ ମମତା ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ମନମୋହନ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ନିର୍ବାହୀ ସଭାପତି ଡାକ୍ତର ଶୈଳେଶ୍ବର ନନ୍ଦ ସ୍ବାଗତ ଭାଷଣ ଦେଇଥିଲେ ଓ ଉପଦେ‌ଷ୍ଟା ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଉପସଭାପତି ସାଗରିକା ପ୍ରହରାଜ ଓ ସଂପାଦକ ଡାକ୍ତର ଅଂଶୁମାନ କର ସ୍ବର୍ଗତ ରଜତ କରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଦ୍‌ଯାପନୀ ସନ୍ଧ୍ୟାରେ ରଜତ କୁମାର କରଙ୍କ ପରିବାର ଦ୍ବାରା ପ୍ରଦତ୍ତ ବିଦଗ୍ଧ ଶ୍ରୋତା କୁଳମଣି କର-ଇନ୍ଦୁମତି ଦେବୀ ସମ୍ମାନ ଏ. ମହେଶ୍ବର ରାଓ, ସଚ୍ଚିଦାନନ୍ଦ ନନ୍ଦ, ରବୀନ୍ଦ୍ରନାଥ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ରଶ୍ମିରଞ୍ଜନ ରାୟଙ୍କୁ କଳିଙ୍ଗ ଭାରତୀ ସମ୍ମାନ, ହରିଶ୍ଚନ୍ଦ୍ର ବେହେରାଙ୍କୁ ବିଚ୍ଛନ୍ଦ ଚରଣ ସ୍ମୃତି ସମ୍ମାନ, ବରପୁତ୍ର ପୋଷକ ବେଶରେ କୃତିତ୍ବ ଅର୍ଜନ କରିଥିବା ୯ଜଣ ଛାତ୍ରଛାତ୍ରୀଙ୍କୁ ଦୀନବନ୍ଧୁ-ରଙ୍ଗଲତା ନନ୍ଦ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଭାତ କୁମାର ନନ୍ଦ ଓ ସିଦ୍ଧାର୍ଥ ମହାନ୍ତି ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିବା ‌ବେଳେ ଡାକ୍ତର ଶକ୍ତିଶଙ୍କର ମହାନ୍ତି ଧନ୍ୟବାଦ‌ ‌ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe