ଏବର୍ଷ କଟକଣା ମଧ୍ୟରେ କଟକରେ ହେବ କାଳୀପୂଜା

Advertisment
ଏବର୍ଷ କଟକଣା ମଧ୍ୟରେ କଟକରେ ହେବ କାଳୀପୂଜା

କଟକ: କରୋନା କାଳରେ ବାଦ ବିବାଦ ଭିତରେ ଦୁର୍ଗାପୂଜା ପାଳନ କରାଯାଇଥିବା ବେଳେ ଏବେ କାଳୀ ପୂଜାକୁ ନେଇ କଟକ ଡିସିପି ପ୍ରତୀକ ସିଂହ କଟକଣା ଜାରି କରିଛନ୍ତି । ଡିସିପିଙ୍କ ସୂଚନା ମୁତାବକ କଟକରେ ଦୁର୍ଗାପୂଜା ଭଳି କଟକଣା ଭିତରେ ପାଳିତ ହେବ କାଳୀପୂଜା। କାଳୀପୂଜା ବେଳେ ଭିଡ଼କୁ ଆୟତ୍ତ କରିବାକୁ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯିବା ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ରହିବ।

ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ସରକାର କଟକଣା ଜାରି କରିଥିବାରୁ ଏଥିପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୂଜା ବେଳେ ସହର ଭିତରେ ୧୫ ପ୍ଲାଟୁନ ପୁଲିସ୍‌ ମୁତୟନ ହେବା ସହ ସେମାନଙ୍କୁ ଗାଇଡ କରିବାକୁ ୫୦ ଜଣ ଅଫିସର ମୁତୟନ ରହିବେ । ଏହାସହ ଏସଆରସି ଯାହା ଗାଇଡଲାଇନ ଦେଇଛନ୍ତି ସେହି ଗାଇଡ ଲାଇନ ମୁତାବକ ପୂଜା ହେବ ବୋଲି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି । ଅନ୍ୟପଟେ ପୂଜା ଠାରୁ ଭସାଣି ବେଳେ ଅଧିକ ଗହଳି ହେଉଥିବାରୁ ଏହା ଉପରେ ପୁଲିସ୍‌ ସ୍ୱତନ୍ତ୍ର ନଜର ରହିବ । ମୂର୍ତ୍ତିଗୁଡ଼ିକର ବିସର୍ଜନ ପାଇଁ ୧୧ ଟି ସ୍ୱତନ୍ତ୍ର ପୋଖରୀର ବ୍ୟବସ୍ଥା ହୋଇଥିବା କଥା କହିଛନ୍ତି ଡିସିପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe