ଆଉ ପାଦେ ଆଗକୁ ଯିବ କଟକ ପର୍ଯ୍ୟଟନ, ତାଳଦଣ୍ତାରେ ଚାଲିବ କାଶ୍ମୀରର ‘ସିକାରା’

ଡୋନଟ୍‌ ବୋଟ୍‌, ଜର୍ବି˚ ବଲ୍‌, ବିଦ୍ୟୁତ୍‌ଚାଳିତ ସାଇକଲର ମଜା ଉଠାଇବେ ପର୍ଯ୍ୟଟକ

ଆଉ ପାଦେ ଆଗକୁ ଯିବ କଟକ ପର୍ଯ୍ୟଟନ, ତାଳଦଣ୍ତାରେ ଚାଲିବ କାଶ୍ମୀରର ‘ସିକାରା’

Sambad

କଟକ: ତାଳଦଣ୍ତା କେନାଲରେ ବୋଟିଂର ମଜା ଉଠାଇବେ ପର୍ଯ୍ୟଟକ। ଭାତରରେ ପ୍ରଥମଥର ପାଇଁ ବିଦ୍ୟୁତ୍‌ଚାଳିତ ପେଡାଲ୍‌ ବୋଟ୍‌, ଡୋନଟ୍‌ ବୋଟ୍‌, ଜର୍ବି˚ ବଲ୍‌, ବିଦ୍ୟୁତ୍‌ଚାଳିତ ସାଇକେଲ, କାୟାକି˚ ଓ କାନୋଇ˚କୁ ପର୍ଯ୍ୟଟକମାନେ ତାଳଦଣ୍ତାରେ ଚଲାଇବାର ସୁଯୋଗ ପାଇବେ। ଏଗୁଡ଼ିକ ସହିତ କାଶ୍ମୀର ଡାଲ୍‌ ଲେକ୍‌ରେ ଚଲାଯାଉଥିବା ‘ସିକାରା’ ବୋଟ୍‌ ମଧ୍ୟ ତାଳଦଣ୍ତାରେ ଚଲାଯିବ। ଏହି ବୋଟ୍‌ ଉପରେ ଗଦି, ଝୁମର୍‌, ଏଲ୍‌ଇଡି ଲାଇଟ୍‌, ପରଦା ଇତ୍ୟାଦି ରହିବ। ସେହିପରି ଡୋନଟ୍‌ ବୋଟ୍‌ରେ ୮ଜଣ ବସିବା କ୍ଷମତା ରହୁଥିଲାବେଳେ ଖାଦ୍ୟ ଓ ପାନୀୟ ସୁବିଧା ଉପଲବ୍ଧ ହେବ। ଏଥିସହ ସୋଲାର ପାଵାରରେ ପରିଚାଳିତ ହେଉଥିବା ଲାଇଟ୍‌ ସ୍ପିଡ୍‌ବୋଟ୍‌ର ମଜା ମଧ୍ୟ ମିଳିପାରିବ। ପ୍ରଦୂଷଣ ମୁକ୍ତ ପର୍ଯ୍ୟଟନ ପାଇଁ ବିଭାଗୀୟ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ସରିଛି। କେବଳ ବୋଟି˚ ନୁହେଁ, ଫୁଡ୍‌ ଟ୍ରାକ, ପାର୍କ ଇତ୍ୟାଦିର ସୁବିଧା ମଧ୍ୟ ରହିବ। ଏବେ ତାଳଦଣ୍ତା କେନାଲର ପୁନଃରୁଦ୍ଧାର କାର୍ଯ୍ୟ ଜାରି ରହିଥିଲେ ବି ଚଳିତମାସ ୧୫ ତାରିଖ ବେଳକୁ ମହାନଦୀ ପାଣି ଛଡ଼ାଯିବା ସମ୍ଭାବନା ରହିଛି। ତେଣୁ ଏହା ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତ ରଖିଲେ ଜୁଲାଇ ଶେଷ ସୁଦ୍ଧା ବୋଟି˚ ଆରମ୍ଭ କରାଯାଇପାରିବ ବୋଲି ଦାୟିତ୍ବ ନେଇଥିବା ଘରୋଇ ସ˚ସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। କେନାଲରେ ପ୍ରାଥମିକ ଯର୍ପ୍ୟାୟରେ ଜିଓ ସିନ୍ଥେଟିକ୍‌ ଵାଲ୍‌ ଲଗାଯାଇସାରିଛି। ତେଣୁ ପାଣି ଆସିବା ପରେ ବୋଟି˚ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଉଛି।
କେନାଲ୍‌ରେ ଜଳକ୍ରୀଡ଼ାକୁ ପରିବେଶ ସହିତ ଯୋଡ଼ାଯିବାକୁ ଆୟୋଜକ ସ˚ସ୍ଥା ସ୍ଥିର କରିଛି।

‘ଗ୍ରିନ୍‌ ଏନର୍ଜି, ଜିରୋ ପଲ୍ୟୁସନ’ ସ୍ଲୋଗାନ୍‌ରେ ଘରୋଇ ସ˚ସ୍ଥା ପୁରୀ ସିଫେୟାର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବୋଟି˚ ପ୍ରକଳ୍ପକୁ ହାତ ନିଆଯାଇଛି। ପୁରୀ ସି ଫେୟାର୍ସ ସହିତ ଏବି ଆମ୍ୟୁଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ ସହଭାଗିତାରେ ତାଳଦଣ୍ତା ପାଖରେ ପର୍ଯ୍ୟଟନର ବିକାଶ କରାଯିବ ବୋଲି ସୂଚନା ମଳିଛି। ଗତ ଏପ୍ରିଲ ୨ ତାରିଖରେ ରାଜ୍ୟ ପର୍ଯ୍ୟଟନ ବିଭାଗର ସ୍ବତନ୍ତ୍ର ସିଙ୍ଗଲ୍‌ ଵିନ୍‌ଡୋ କ୍ଲିଅରାନ୍ସ କମିଟି ପକ୍ଷରୁ ପୁରୀ ସି ଫେୟାର୍ସକୁ ଅନୁମତି ପ୍ରଦାନ କରାଯାଇଛି। ଅନୁମତି ମିଳିବା ପରଠୁ ଉକ୍ତ ଘରୋଇ ସ˚ସ୍ଥା ପକ୍ଷରୁ ବିଭିନ୍ନ ବୋଟ୍‌ଗୁଡ଼ିକୁ ଓଡ଼ିଶାରେ ପହଞ୍ଚାସରିଛି। କେବଳ ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେଶୀଘ୍ର ଭିତ୍ତିଭୂମି ଯୋଗାଇ ଦିଆଯିବ, ବୋଟି˚ ସେତେଶୀଘ୍ର ଆରମ୍ଭ ହେବ ବୋଲି ପୁରୀ ସି ଫେୟାର୍ସ ପ୍ରାଇଭେଟ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସୁଲଗ୍ନା ଦେ ସୂଚନା ଦେଇଛନ୍ତି। ତାଳଦଣ୍ତାରେ ବୋଟି˚ର ନୂଆ ସୁଯୋଗ ଆରମ୍ଭ ହେଲେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ୩୦ରୁ ଅଧିକ ସ୍ଥାନୀୟ ବ୍ୟକ୍ତିଙ୍କୁ ନିଯୁକ୍ତି ସୁଯୋଗ ଦିଆଯିବ। ଡାଇଭର୍‌, ଲାଇଫ୍‌ଗାର୍ଡ ସମସ୍ତଙ୍କୁ ଭାରତ ସରକାରଙ୍କ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଵାଟର୍‌ସ୍ପୋର୍ଟ୍ସ ପକ୍ଷରୁ ତାଲିମ ଦିଆଯିବ। ପର୍ଯ୍ୟଟକମାନଙ୍କୁ ପାଣି ଭିତରେ ସୁସ୍ବାଦୁ ଖାଦ୍ୟ ଯୋଗାଇବା ପାଇଁ ଏକ ଫୁଡ୍‌ ଟ୍ରାକ ରହିବ। ସେଠାରେ ଇଟାଲିଆନ୍‌, ଚାଇନିଜ୍‌ ଖାଦ୍ୟ ମିଳିବ। ପାର୍କରେ ବସି ଜଳକ୍ରୀଡ଼ା ଉପଭୋଗ କରିବାକୁ ବ୍ୟବସ୍ଥା ମଧ୍ୟ କରାଯାଉଥିବା ପର୍ଯ୍ୟଟନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe