କଳାପଥର: କଟକଜିଲ୍ଲା ବାଙ୍କୀ ବ୍ଲକ୍ ଅନ୍ତର୍ଗତ କାଳୀପୋଇ ଗ୍ରାମ ପଞ୍ଚାୟତ ଉଆଶପଲ୍ଲୀ ଗାଆଁରେ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଚାରି ଜଣଙ୍କ ପୂର୍ବରୁ ମୃତ୍ୟୁ ହୋଇଥିଲା ବେଳେ ଏବେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମଧୁସୂଦନ ବାରିକ।
କଟକ ବଡ଼ମେଡିକାଲରେ ଚିକତ୍ସିତ ହେଉଥିବା ବେଳେ ଚାରି ଜଣଙ୍କର ଡାଏଲେସିସ ଚାଲିଛି। ୧୫ରୁ ଊର୍ଦ୍ଧ୍ବ ଲୋକ କିଡ୍ନି ରୋଗରେ ଚିକତ୍ସିତ ହେଉଛନ୍ତି। ମାତ୍ର ଶନିବାର ଦିନ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶରେ ତିନି ଜଣିଆ ଟିମ୍ ଉଆସପଲି ଗାଆଁ ଆସି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ଆହୁରି ପଢ଼ନ୍ତୁ: India vs South Africa T20 WC: ଭାରତ ଆଗରେ ୧୮୮ ରନ୍ର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା
ଭିକାରୀ ସାହାଣୀ, ମଧୁ ସୁଦନ ବାରିକ ଓ ପ୍ରଭାକର ସାହୁଙ୍କର ଡାଏଲେସିସ ଚାଲିଥିବା ବେଳେ ଆଜି ସକାଳୁ ମଧୁସୂଦନ ବାରିକଙ୍କୁ କଟକ ବଡ଼ମେଡିକାଲକୁ ନିଆ ଯାଇଥିଲା। ମାତ୍ର ଅପରାହ୍ନରେ ମଧୁସୂଦନ ବାରିକଙ୍କ ମୃତ୍ୟୁ ଘଟିଥିବାର ପରିବାର ଲୋକେ ସୂଚନା ଦେଇଛନ୍ତି। ସ୍ବର୍ଗତ ବାରିକଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସେ ଦୁଇ ବର୍ଷ ଧରି କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ମିଳିବା ପରେ ଗାଁରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/22/whatsapp-image-2026-02-22-22-27-02.jpeg)