ବଡ଼ଚଣାରୁ ଗୁରୁତର ଅବସ୍ଥାରେ ମହିଳା ଉଦ୍ଧାର ଘଟଣା

Advertisment

ଏସ୍‌ସିବିରେ ପହଞ୍ଚିଲେ ପରିବାର ଲୋକ, ମିଳିଲା ପରିଚୟ

ଏସ୍‌ସିବିରେ ପହଞ୍ଚିଲେ ପରିବାର ଲୋକ, ମିଳିଲା ପରିଚୟ

ଦୋକାନୀଙ୍କୁ ଗୁଳିମାଡ଼ : ଅବସ୍ଥା ଗୁରୁତର, କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

scbmch.nic.in

କଟକ: ବଡ଼ଚଣାରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଏସ୍‌ସିବି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କ ପରିଚୟ ମିଳିଛି। ମହିଳା ଜଣଙ୍କ ହେଉଛନ୍ତି ଛତିଶଗଡ଼ ପୁଷମଣ୍ଡା ଅଞ୍ଚଳର ରୋଶନୀ ବାଇ ରାଥୋଡ଼। ତାଙ୍କ ଶ୍ୱଶୁର ଦାନଶା ରାଥୋଡ଼ ଏସ୍‌ସିବିରେ ପହଞ୍ଚି ମହିଳାଙ୍କୁ ଭେଟିଛନ୍ତି । ତେବେ ବେକରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଏବେ ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇଛି। ରୋଶନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ରୋଶନୀ ଠିକଭାବେ କଥାବାର୍ତ୍ତା କରିପାରୁ ନାହାନ୍ତି। ଏଣୁ ଠାର ଦ୍ୱାରା ଶ୍ୱଶୁର ଦାନଶାଙ୍କୁ ଘଟଣା ସମ୍ପର୍କରେ କହିଛନ୍ତି। ଗତ ୯ ତାରିଖରେ ରୋଶନୀ ପରିବାର ଲୋକଙ୍କ ସହ ପୁରୀ ଆସିଥିଲେ। ୧୨ ତାରିଖ ରାତିରେ ଛତିଶଗଡ଼ ଅଭିମୁଖେ ବସରେ ଫେରୁଥିଲେ। ତେବେ ବିଳମ୍ବିତ ରାତିରେ ରାସ୍ତାରେ ଗାଡ଼ି ଅଟକିବା ସମୟରେ ରୋଶନୀ ପରିସ୍ରା ଯାଇଥିଲେ।

ଏହି ସମୟରେ କିଛି ଚେନ୍ ଲୁଟେରା ପୂର୍ବରୁ ସେଠାରେ ଲୁଚି ରହିଥିବା ବେଳେ ହଠାତ୍ ରୋଶନୀଙ୍କୁ ଆକ୍ରମଣ କରିଥିଲେ। ବସ୍ ଠାରୁ କିଛି ଦୂରରେ ଏହି ଘଟଣା ଘଟିଥିଲା। ଅନ୍ୟ ଯାତ୍ରୀମାନେ ଶୋଇଥିବା ସହ ବସ୍ ଚାଳକ ଓ କଣ୍ଡକ୍ଟର ଘଟଣା ସଂକ୍ରାନ୍ତରେ ଜାଣି ନପାରି ବସ୍ ନେଇ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ରୋଶନୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe