ନିର୍ବାଚନ ପ୍ରଚାର ପାଇଁ ଥର୍ମୋକଲ୍‌ ଲୋଗୋ, ପ୍ରତ୍ୟେକ ଦିନ ଆସୁଛି ୨ ଶହରୁ ଅଧିକ ବଇନା

ନିର୍ବାଚନ ପ୍ରଚାର ପାଇଁ ଥର୍ମୋକଲ୍‌ ଲୋଗୋ, ପ୍ରତ୍ୟେକ ଦିନ ଆସୁଛି ୨ ଶହରୁ ଅଧିକ ବଇନା

Sambad

କଟକ: ଆସୁଛି ପୌରନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସହର। ନିର୍ବାଚନ ପାଇଁ ଆଜି ଜାରି ହୋଇଛି ଚୂଡାନ୍ତ ପ୍ରାର୍ଥୀ ତାଲିକା। ଆସନ୍ତାକାଲି ଠାରୁ ଆରମ୍ଭ ହୋଇଯିବ ଜୋରଦାର ପ୍ରଚାର। ତେବେ ପ୍ରଚାରର ପ୍ରମୁଖ ଆକର୍ଷଣ ପାଲଟିଥାଏ ଦଳୀୟ ଲୋଗୋ ଓ ଭୋଟ ଦେବା ଚିହ୍ନ। ଏଥିପାଇଁ ମୁଖ୍ୟତଃ ବ୍ୟବହାର କରାଯାଇଥାଏ ଥର୍ମୋକଲ ବା ସୋଲୋ। ରାତିପାହିଲେ ପ୍ରଚାର ହେବାକୁ ଥିବା‌ବେଳେ ଏବେ ସୋଲୋ କାରିଗରଙ୍କୁ ମିଳୁନି କାମରୁ ଫୁରସତ। କେବଳ ପ୍ରଚାର ନୁହେଁ ନାମାଙ୍କନ ଦାଖଲ ସମୟରୁ ହିଁ ଏହି ସୋଲୋରେ ଲୋଗୋ ତିଆରି କାମ ହୋଇଛି ଆରମ୍ଭ। ବିଭିନ୍ନ ଆକାରର ସୋଲୋରେ ନିଜ ଦଳୀୟ ‌ଚିହ୍ନ ସମେତ ଭୋଟ ପାଇଁ ଦିଆଯାଇଥିବା ଚିହ୍ନକୁ ନେଇ ତିଆରି ଚାଲିଛି ଲୋଗୋ କାମ। ହରିପୁର ରୋଡ୍‌ ଠ‌ାରେ ଥର୍ମୋକଲ କଟିଂ ସେଣ୍ଟର ବା ସୋଲୋ କଟିଂ ଦୋକାନ କରିଥିବା ବ୍ୟବସାୟୀ ପ୍ରସନ୍ନ କୁମାର ଦାସଙ୍କୁ ମିଳୁନି ଏବେ କାମରୁ ଫୁରସତ। ତେବେ ସହର ମଧ୍ୟରେ ଏହି ବ୍ୟବସାୟୀ ଜଣଙ୍କ ଏଭଳି କାମ କରୁଥିବାରୁ ଏବେ ମୁଣ୍ତ ଉପରେ ନିର୍ବାଚନ ରହିଥିବାରୁ ଜମିଛି ଗ୍ରାହକଙ୍କ ଭିଡ଼।

ଏପରିକି ଲୋଗା ତିଆରି କରିବା ପାଇଁ ଦିନକୁ ୨ଶହରୁ ଅଧିକ ଆସୁଛି ଅର୍ଡ଼ର। ତେବେ ପ୍ରାର୍ଥୀଙ୍କୁ ଏହି ଲୋଗୋ ତିଆରି କରିବା ପାଇଁ କେବଳ ନିଜ ଦୀଳୟ ଚିହ୍ନ ଓ ଭୋଟ ପାଇଁ ମିଳିଥିବା ଚିହ୍ନ କହିବାକୁ ପଡ଼ିଥାଏ। ଏବଂ ବ୍ୟବସାୟୀ ପ୍ରସନ୍ନ ଦାସ ଏହି ଚିହ୍ନ ଗୁଡ଼ିକୁ ନିଜେ ଆଙ୍କି ଏହାକୁ ସମାନ ଆକୃତିରେ କାଟିବା ପରେ ଏହାକୁ ରଙ୍ଗୀନ କରିଥାନ୍ତି। ପରେ ଭିନ୍ନ ପ୍ରକାର ରଙ୍ଗ ଚୁମକି (ଜିଙ୍କ୍‌)କୁ ଏଥିରେ ବ୍ୟବହାର କରିଥାନ୍ତି। ଫଳରେ ଏହି ଲୋ‌ଗୋ ଅଧିକ ଆକର୍ଷିତ ହୋଇଥାଏ। ଲୋଗୋ ତିଆରି କରିବା ପାଇଁ ଫେବ୍ରକି୍‌ ରଙ୍ଗର ବ୍ୟବହାର କରିଥାନ୍ତି ବ୍ୟବସାୟୀ। ଗ୍ରାହକ ଏଥିପାଇଁ ଅର୍ଡ଼ର ଦେବାର ୧ ଦିନ ମଧ୍ୟରେ ପାଇଥାନ୍ତି। ଏହି ଲୋଗୋ ବନାଇବା ପାଇଁ ୧ ରୁ ୧.୫ ଘଣ୍ଟା ସମୟ ଲାଗିଥାଏ। ତେବେ ୧.୫ ଫୁଟ୍‌ ଉଚ୍ଚତାର ଲୋଗୋ ପାଇଁ ୫୦ ଟଙ୍କା ରହିଥିବାବେଳେ ୨ ଫୁଟ୍‌ ଉଚ୍ଚତାର ଲୋଗୋ ପାଇଁ ୨୫୦ ଟଙ୍କା, ୩ ଫୁଟ୍‌ ଉଚ୍ଚତା ଲୋଗା ପାଇଁ ୫୦୦ ଟଙ୍କା ଦର ରହିଛି। ତେବେ ନିର୍ବାଚନ ପାଇଁ ୧.୫ ଓ ୨ ଫୁଟ୍‌ ଲୋଗୋ ପାଇଁ ରହିଛି ଅଧିକ ଡ଼ିମାଣ୍ତ। ଏ ନେଇ ବ୍ୟବସାୟୀ ପ୍ରସନ୍ନ କୁମାର ଦାସ କହନ୍ତି, ଆଜିକୁ ୩୦ ବର୍ଷ ହେବ ହରିପୁର ରୋଡ୍‌ଠାରେ ଥର୍ମୋକଲ କଟିଂ ବ୍ୟବସାୟ କରି ଆସୁଛି। ପୌରନିର୍ବାଚନ ପ୍ରଚାର ପାଇଁ ରହିଛି ଏହି ସୋଲୋ ଲୋଗାର ଅଧିକ ଡ଼ିମାଣ୍ତ। ଏହି ଲୋଗୋ ହିଁ ପ୍ରଚାରର ମୁଖ୍ୟ ଭୂମିକା ପାଲଟିଥାଏ। ଏଥି ପାଇଁ ବହୁ ଅର୍ଡ଼ର ଆସିଛି ଏବଂ ପ୍ରଚାର ଚାଲିଥିବା ପର୍ଯ୍ୟନ୍ତ ଏହି କାମ ଚାଲିବ। ଆଶା ରହିଛି ଭଲ ବେପାର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe