ପୋଢ଼ୁଆଁ ହେବେ ବଡ଼ ଠାକୁର; ନିଆଳି ମାଧବାନନ୍ଦଜିଉ ମନ୍ଦିରରୁ ଗଲା ପ୍ରଥମାଷ୍ଟମୀ ଭାର

Advertisment
ପୋଢ଼ୁଆଁ ହେବେ ବଡ଼ ଠାକୁର; ନିଆଳି ମାଧବାନନ୍ଦଜିଉ ମନ୍ଦିରରୁ ଗଲା ପ୍ରଥମାଷ୍ଟମୀ ଭାର

Sambad

ନିଆଳି: ପୋଢ଼ୁଆଁ ହେବ‌େ ପ୍ରଭୁ ଜଗନ୍ନାଥ। ଏଥିପାଇଁ ପରମ୍ପରା ମୁତାବକ ମାମୁ ଘର ନିଆଳି ମାଧବାନନ୍ଦଜିଉ ମନ୍ଦିରରୁ ପୁରୀ ଅଭି‌ମୁଖେ ଯାଇଛି ଅଷ୍ଟମୀ ଭାର। ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ ସୋମବାର ସକାଳୁ ପ୍ରଥମାଷ୍ଟମୀ ଅବସରରେ ନୂତନ ପାଟ ବସ୍ତ୍ର ସହ ଅଷ୍ଟମୀ ଭାର ଶ୍ରଦ୍ଧାଳୁମାନେ ‌ନେଇ ପୁରୀ ଅଭିମୁଖେ ବାହାରିଛନ୍ତି। କୋଭିଡ଼ ନିୟମ ଅନୁଯାୟୀ ସମସ୍ତ ରୀତିନୀତି କରାଯାଇଛି। ଏହି ଭାର ଯିବା ସମୟରେ ସଂକୀର୍ତ୍ତନ ଓ ହରିବୋଲ ଧ୍ବନୀ ଭାବମୟ ପରିବେଶ ସୃଷ୍ଟି କରିଥିଲା। ମନ୍ଦିରରୁ ଚାରିଛକ ଯାଏଁ ଶୋଭାଯାତ୍ରାରେ ଅଷ୍ଟମୀ ଭାର ଯାଇଥିଲା।

publive-image Sambad

ସୂଚନାନୁଯାୟୀ, ପ୍ରଭୁ ଜଗନ୍ନାଥଙ୍କର ପ୍ରଥମାଷ୍ଟମୀ ଭାର ନିଆଳି ମାଧବାନନ୍ଦଜିଉ ମନ୍ଦିରରୁ ପୁରୀ ଅଭିମୁଖେ ବାହାରିଛି। ଆସନ୍ତାକାଲି ମଙ୍ଗଳବାର ପ୍ରଥମାଷ୍ଟମୀ ଥିବାରୁ ମହାପ୍ରଭୁଙ୍କ ପାଇଁ ନୂତନ ପାଟବସ୍ତ୍ର ଓ ପୋଢ଼ୁଆଁ ଭାର ଯାଇଛି। ବହୁ ବର୍ଷ ହେବ ଏହି ପ୍ରଥା ଚାଲି ଆସୁଥିବା ବେଳେ ଗତ ତିନି ବର୍ଷ ଧରି ଏହା ବନ୍ଦ ରହିଥିଲା ଏବଂ ଚଳିତବର୍ଷ ଏ ନେଇ ପୁନର୍ବାର ଉଦ୍ୟମ କରାଯାଇ ଆଜି ପୁରୀ ଅଭିମୁଖେ ମନ୍ଦିରର ସେବାୟତ ଓ ଶ୍ରଦ୍ଧାଳୁମାନେ ଭାର ନେଇ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe